Sunday, April 12, 2026
26.7 C
Odisha

    ରତ୍ନଭଣ୍ଡାର ଗଣତି ପାଇଁ ଆବଶ୍ୟକ ପଡ଼ିଲେ ଟେକ୍ନୋଲୋଜିର ସହାୟତା ନିଆଯିବ: ଜଷ୍ଟିସ ଅରିଜିତ ପଶାୟତ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଓ ଏହାର ମରାମତି ନେଇ ଆଲୋଚନା ହୋଇଛି। ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ୧୯୭୮ ମସିହା କରାଯାଇଥିବା ଗଣତି ତାଲିକା ଉପରେ ଆଲୋଚନା କରାଯାଇଛି। ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ କେତେବେଳେ ଉପଯୁକ୍ତ ହେବ ସେ ନେଇ ଅନୁଧ୍ୟାନ କରାଯାଇଛି। ରଥଯାତ୍ରା ବେଳେ ଗଣନା ପାଇଁ ଉପଯୁକ୍ତ ସମୟ ରହିବ। ୧୯୭୮ ମସିହାରେ ଗଣତି ପାଇଁ ୪ମାସ ଲାଗିଥିଲା। ୧୯୮୫ ମସିହା ପରଠୁ ଆଉ କିଛି ଗଣନା ହୋଇନି। ଆବଶ୍ୟକ ପଡ଼ିଲେ ଗଣତି ପାଇଁ ଟେକ୍ନୋଲୋଜିର ସହାୟତା ନିଆଯିବ। କ୍ୟାମେରା ଲଗାଯାଇ ଅଳଙ୍କାର ଗଣତି ପାଇଁ ପଦକ୍ଷେପ ନିଆଯିବା ସମ୍ପର୍କରେ ଆଲୋଚନା କରାଯାଇଛି। ସୂଚନାଯୋଗ୍ୟ, ଜଷ୍ଟିସ ଅରିଜିତ ପଶାୟତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ସକଳେ ସେ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ଏହାର ମରାମତି ନେଇ ଏହି ଆଲୋଚନା ହୋଇଥିଲା। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ବୈଠକରେ ଅଧ୍ୟକ୍ଷତା କରିଥିଲେ।

    ଆସନ୍ତା ୧୧ ତାରିଖରେ କଳାଧନ ସଂପର୍କିତ ବୈଠକରେ ସମୀକ୍ଷା କରିବେ । ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବୈଠକକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ବୈଠକରେ ୨୪ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେ ଉପରେ ଆଲୋଚନା ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ