Tuesday, October 6, 2026
31.6 C
Odisha

    ମଧ୍ୟାହ୍ନ ଭୋଜନରେ ଝିଟିପିଟି: ୧୧ ଛାତ୍ରଛାତ୍ରୀ ଅସୁସ୍ଥ

    ଆଗକୁ ପଢନ୍ତୁ

    ଭଦ୍ରକ: ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରି ୧୧ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ଏଇ ଅଞ୍ଚଳରେ ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିଥିଲା। ଏଇ ଘଟଣାର ୭୨ ଘଣ୍ଟା ବିତି ନାହିଁ! ପୁଣି ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଅଭିଯୋଗ ହୋଇଛି। ତିନି ଦିନ ତଳେ ଶଙ୍କରପୁର ଉର୍ଦ୍ଦୁ ୟୂଜିଏମ୍ଇ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୪୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଆଜି ସମାନ ଘଟଣାର ପୁନରାବୃତ୍ତି ହୋଇ ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ନୂତନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଗୋଟିଏ ସଂସ୍ଥାର ବାରମ୍ବର ଏଭଳି ଖାମାଖିଆଲି କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀଙ୍କ ଜୀବନ ଆଜି ସଙ୍କଟରେ ପଡ଼ିଛି। ଆଜି ଶନିବାର ସକାଳୁଆ ସ୍କୁଲ ଥିବା ବେଳେ ଭଦ୍ରକ ବ୍ଲକ ଅଧୀନ ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତରକାରୀରେ ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏହାପରେ ସଂଗେ ସଂଗେ ଛାତ୍ରୀ ଜଣକ ପ୍ରଧାନଶିକ୍ଷକକୁ ଏସଂକ୍ରାନ୍ତରେ ଅବଗତ କରିଥିଲେ। ପ୍ରଧାନଶିକ୍ଷକ ତୁରନ୍ତ ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପତ୍ର ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଥିବା ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ।
    ଏଭଳି ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ନିରଞ୍ଜନ ସେଠୀ ଭଦ୍ରକ ଡିଇଓ ଅକ୍ରୁର ବାରିକଙ୍କ ଜଣାଇ ଥିଲେ। ଡିଇଓଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ବିଇଓ ଚକ୍ରଧର ମଲ୍ଲିକ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣା ଉପରେ ତଦନ୍ତ କରାଯାଉଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସବୁ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ