Sunday, October 11, 2026
30.5 C
Odisha

    ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି

    ଆଗକୁ ପଢନ୍ତୁ

    ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । କଳିଙ୍ଗନଗର ଓ ଜଗତସିଂହପୁରରେ ନୂଆ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ)ଙ୍କୁ ନିଯୁକ୍ତି ମିଳିଛି । ମୋଟ ୧୨ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି ।

    ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଲଙ୍କେଶ୍ୱର ଅମାତଙ୍କୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି କଟକ ମହାନଗର ନିଗମର ଯୁଗ୍ମ କମିଶନର ଅନୀତା ପାତ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର, ବସନ୍ତ କୁମାର ସେଠୀଙ୍କୁ କେନ୍ଦୁଝର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ତ୍ରିଲୋଚନ ମହାନ୍ତିଙ୍କୁ କେନ୍ଦୁଝର ଉପଜିଳ୍ଲାପାଳ, ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର, ସୁଧାଂଶୁ କୁମାର ଭୋଇଙ୍କୁ ଗଞ୍ଜାମ ଜିଲ୍ଲା ଅର୍ବାନ ଡେଭଲମେଂଟ ଅଥରିଟି(ଡିୟୁଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ, ପଲ୍ଲବୀ ନାୟକଙ୍କୁ ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଓ ସୁରଜ କୁମାର ପଟ୍ଟନାୟକଙ୍କୁ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।

    ସେହିପରି ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ବ୍ରହ୍ମପୁର ସିଡିଏମଓ କାର୍ଯ୍ୟାଳୟର ପ୍ରଶାସନିକ ଅଫିସର, ଅମିତ୍ ସର୍କାରଙ୍କୁ କୋରାପୁଟ ଅତିରିକ୍ତ ଉପଜିଲ୍ଲ୍ଲାପାଳ ଓ ମଧୁସ୍ମିତା ସାମନ୍ତରାୟଙ୍କୁ ବାରିପଦା ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ