Friday, June 5, 2026
34.6 C
Odisha

    ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ

    ଆଗକୁ ପଢନ୍ତୁ

    ଭଂଜନଗର ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ଖଣି ଖାଦାନ ଲୁଟ୍ । ମାସିକିଆ ଚାନ୍ଦାରେ କାରବାର ଚାଲିଥିବା ଅଭିଯୋଗ ହୋଇଛି । ମାଇନିଂଗ ପ୍ଳାନ୍ ନଥାଇ ଜଙ୍ଗଲ ଭିତରେ ବେଆଇନ୍ ଭାବେ ପଥର ପୁଂଟା ଓ ପଥର ବିକା ହୋଉଥିବା ଅଭିଯୋଗ ପରେ କମ୍ପ୍ରେସରକୁ ସିଜ୍ କରିଛି ଭଂଜନଗର ପୋଲିସ । ହେଲେ ପଥର ବିକ୍ରି ଉପରେ ଲାଗିପାରୁନି ରୋକ୍ । ବିନା ମାଇନଂଗ ପ୍ଳାନ୍ ଆପୃଭରେ ପଥର ମାଫିଆମାନେ ପଥର ପୁଂଟାଇ ଶହ ଶହ ଗାଡ଼ି ପଥର ଉଠାଉଥିବା ଅଭିଯାଗ ହୋଇଛି । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପଥର ପୁଂଟାଇ ପଥର ଲୁଟ ହେଉଛି । ଏପରିକି ଗାଡ଼ି ନମ୍ବର ନଥାଇ ଗାଡ଼ି ବ୍ୟବହାର କରି ପଥର ପୁଂଟା ଯାଉଛି । କେବଳ ପଥର ନୁହେଁ ବାଲି, ମୋରମ ଓ ଅନ୍ୟ ଖଣିଜ ସମ୍ପତି ବେଧଡ଼କ ଭାବେ ଏଠି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ରାଜ୍ୟ ଖଣି ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ରୋକିବାକୁ ସାଧାରଣରେ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    34.6 ° C
    34.6 °
    34.6 °
    38 %
    0.9kmh
    78 %
    Fri
    40 °
    Sat
    41 °
    Sun
    42 °
    Mon
    43 °
    Tue
    43 °

    ସମ୍ବନ୍ଧିତ