Monday, March 30, 2026
27.4 C
Odisha

    ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ର ଅସୁସ୍ଥ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ଅଛନ୍ତି। ସେ ଏବେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

    କିଛିଦିନ ତଳେ ସେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କର ନିମୋନିଆ ଯୋଗୁଁ ଫୁସଫୁସ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ଚିକିତ୍ସାରୁ ଜଣାପଡ଼ିଥିଲା। ଏହି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।

    ଚିକିତ୍ସା ସମୟରେ ତାଙ୍କର ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଡକ୍ଟର ମହାପାତ୍ରଙ୍କ ନିକଟରେ ତାଙ୍କ ସ୍ତ୍ରୀ ମନୋଜ ମଞ୍ଜରୀ ପଟ୍ଟନାୟକ ଓ ସମ୍ପର୍କୀୟବର୍ଗ ଉପସ୍ଥିତ ଅଛନ୍ତି।

    ଡକ୍ଟର ମହାପାତ୍ରଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡ଼ିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଚିନ୍ତା ପ୍ରକାଶ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ