Monday, September 28, 2026
22.5 C
Odisha

    ଓଡ଼ିଶାକୁ ବିଦେଶୀ ପୁଞ୍ଜି ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଚାଲିଛି: ସୁରେଶ ପୂଜାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅଧିକ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତ କାଳରେ ନିବେଶକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଶିଳ୍ପପତିଙ୍କୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ୱାଗତ କରିଛନ୍ତି। ବିଦେଶୀ ପୁଞ୍ଜି ଓଡ଼ିଶାକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଚାଲିଛି।ସେ ଆହୁରି କହିଛନ୍ତି, ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ପଦାର୍ଥ ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ରହିଛି। ଓଡ଼ିଶାର ବିକାଶ ପାଇଁ ଏସବୁର ବିନିଯୋଗର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଶିଳ୍ପ ପ୍ରତିଷ୍ଠା ବହୁ ଜରୁରୀ। ଏହା ଦ୍ବାରା ରାଜ୍ୟକୁ ରାଜସ୍ବ ମିଳିବ। ରାଜ୍ୟରେ ଜିଡ଼ିପି ବଢିବ। ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ତେବେ ପରିବେଶ ସୁରକ୍ଷା ଦିଗରେ ମଧ୍ୟ ରାଜ୍ୟ ସରକାର ସଚେତନ ଅଛନ୍ତି। ଏହାକୁ ନେଇ ରାଜ୍ୟ ସରକାର ଆଗକୁ ଆଦଭାଇଜରି ଜାରି କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.5 ° C
    22.5 °
    22.5 °
    91 %
    1.4kmh
    14 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ