Saturday, April 4, 2026
28.2 C
Odisha

    ବାତ୍ୟା ‘ଦାନା’ ମୁକାବିଲା ପାଇଁ ବାଲେଶ୍ବରରେ ସମୀକ୍ଷା ବୈଠକ

    ଆଗକୁ ପଢନ୍ତୁ

    ବାଲେଶ୍ବର : ବାତ୍ୟା ‘ଦାନା’ ମୁକାବିଲା ପାଇଁ ବାଲେଶ୍ବର ଜିଲ୍ଲାରେ ସମୀକ୍ଷା ବୈଠକ । ବାଲିଆପାଳ ବ୍ଳକ ସମ୍ମିଳନୀ କକ୍ଷରେ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଅଧ୍ଯକ୍ଷତାରେ ସମୀକ୍ଷା ବୈଠକ ହୋଇଯାଇଛି । ବାତ୍ୟାର ମୁକାବିଲା ପାଇଁ ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ବାଲିଆପାଳ ବ୍ଲକ ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି ।

    ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ସମେତ ବିଡ଼ିଓ, ତହସିଲଦାର ଏବଂ ସମସ୍ତ ବିଭାଗର ଅଧିକାରୀ, ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ୯୦ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ଆବଶ୍ୟକ ସୁବିଧା ଏବଂ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ