Sunday, February 23, 2025
32.3 C
Odisha

    ଅକ୍ଟୋବର ୨ରେ ଏଥର ଦେଖିବାକୁ ମିଳିବ କଙ୍କଣାକୃତି ସୂର୍ଯ୍ୟୋପରାଗ

    ଆଗକୁ ପଢନ୍ତୁ

    ଚଳିତ ବର୍ଷର ଦ୍ବିତୀୟ ସୂର୍ଯ୍ୟୋପରାଗ ଆସନ୍ତା ୨ ତାରିଖରେ ପଡୁଛି । ଏଥର କଙ୍କଣାକୃତି ସୂର୍ଯ୍ୟୋପରାଦ ଦେଖିବାକୁ ମିଳିବ । ମହାଳୟା ଅମବାସ୍ୟା ଦିନ ଏହି ସୂର୍ଯ୍ୟୋପରାଗ ପଡୁଛି । ଭାରତ ସମୟ ରାତି ୯.୧୩ରୁ ସୂର୍ଯ୍ୟୋପରାଗ ଆରମ୍ଭ ହେବ ଏବଂ ଏହା ଭୋର ୩ ଟା ୧୭ରେ ସରିବ । ଅର୍ଥାତ ସୂର୍ଯ୍ୟୋପରାଗ ସମୟରେ ଭାରତରେ ରାତି ହୋଇଥିବ । ତେଣୁ ଭାରତରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ନାହିଁ । ଏହି ମହାଜାଗତିକ ଦୃଶ୍ୟ ପ୍ରଶାନ୍ତ ମହାସାଗରର କିଛି ଅଂଚଳ, ଦକ୍ଷିଣ ଚିଲି ଓ ଦକ୍ଷିଣ ଆର୍ଜେଣ୍ଟିନାରେ ଦୃଶ୍ୟମାନ ହେବ।

    ସୂର୍ଯ୍ୟୋପରାଗରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ସରଳ ରେଖାରେ ରୁହନ୍ତି । ସୂର୍ଯ୍ୟ ଓ ପୃଥିବୀ ମଝି ଦେଇ ଚନ୍ଦ୍ର ଗତି କରିବା ସମୟରେ, ଚନ୍ଦ୍ରର ଛାଇ ଯୋଗୁଁ ସୂର୍ଯ୍ୟୋପରାଗ ହୁଏ । ଅକ୍ଟୋବର ୨ ମହାଜାଗତିକ ଘଟଣାରେ ଚନ୍ଦ୍ର, ସୂର୍ଯ୍ୟଙ୍କ ସାମ୍ନକୁ ଆସିବ । କିନ୍ତୁ ସୂର୍ଯ୍ୟଙ୍କ ଆଲୋକକୁ ସଂପୂର୍ଣ୍ଣ ଢାଙ୍କି ପାରିବ ନାହିଁ । ସୂର୍ଯ୍ୟଙ୍କ ମଝି କଳା ଦେଖାଯିବ ଏବଂ ଚାରିପାଖ ଏକ ଉଜ୍ଜ୍ୱଳ ମୁଦି ଭଳି ଦେବାଯିବ। ଏହାକୁ ରିଂ ଅଫ ଫାୟାର କୁହାଯାଏ ।

    ଭାରତରେ ଦୃଶ୍ୟମାନ ହେଉ ନଥିବାରୁ ସୂତକ କାଳ ଲାଗୁ ହେବ ନାହିଁ । ସୂର୍ଯ୍ୟୋପରାଗ ଦେଖା ଦେଲେ ହିଁ ସୂତକ କାଳ ଲାଗୁ ହୁଏ । ଭାରତରେ ଦୃଶ୍ୟମାନ ହେଉ ନଥିବାରୁ କୌଣସି ଦେବ ନୀତି ବନ୍ଦ ହେବ ନାହିଁ । ଏହାସହ ମହାଳୟା ଅମାବାସ୍ୟା ଅବସରରେ ପିଣ୍ଡଦାନ, ଶ୍ରାଦ୍ଧ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.3 ° C
    32.3 °
    32.3 °
    13 %
    2.4kmh
    0 %
    Sun
    31 °
    Mon
    34 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ