Wednesday, March 4, 2026
24.6 C
Odisha

    ଗରା, ବାଲଟି ଧରି ଗଞ୍ଜାମ ରମ୍ଭା ମୁଖ୍ୟ ରାସ୍ତାରେ ବସିଲେ ଆନ୍ଦୋଳନକାରୀ

    ଆଗକୁ ପଢନ୍ତୁ

    ପାଣି ପାଇଁ ରାସ୍ତା ରୋକ । ଗରା, ବାଲଟି ଧାରା ରାସ୍ତାରେ ଆନ୍ଦୋଳନକାରୀ । ଗଞ୍ଜାମ ଜିଲ୍ଲା ରମ୍ଭା ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ମହିଳା ଓ ପୁରୁଷ । ଏକ ମାସ ହେଲା ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ନମ୍ବର ଓ ୨ନମ୍ବର ୱାର୍ଡକୁ ପାଣି ଆସୁନଥିବା ଅଭିଯୋଗ କରି ଗରା ବାଲଟି ଧରି ରାସ୍ତା ରୋକ କରିଛନ୍ତି ୨ନମ୍ବର ଓ ୧୨ନମ୍ବର ୱାର୍ଡ ବାସିନ୍ଦା । ଦୀର୍ଘ ଦିନ ହେଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପିଏଚଡି ବିଭାଗକୁ ଅଭିଯୋଗ କରିଆସୁଥିଲେ ମଧ୍ୟ ଏହାର ସମାଧାନ ନହେବାରୁ ରାସ୍ତାକୁ ଓହ୍ଳାଇଛନ୍ତି ଅଞ୍ଚଳବାସୀ । ଫଳରେ ଜାତୀୟ ରାଜପଥ ଓ ରମ୍ଭା ମୁଖ୍ୟ ବଜାରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    21 %
    2.1kmh
    5 %
    Wed
    24 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ