Friday, June 27, 2025
25.4 C
Odisha

    ସମ୍ୱଲପୁରରେ ରୋଡ ରୋମିଓଙ୍କ ଦୌରାତ୍ମ୍ୟ, ଡ୍ୟୁଟିରୁ ଫେରୁଥିବାବେଳେ ଯୁବତୀଙ୍କୁ ଗୋଡ଼ାଇଲେ

    ଆଗକୁ ପଢନ୍ତୁ

    ସମ୍ବଲପୁର: ରୋଡ ରୋମିଓଙ୍କ ଦୌରାତ୍ମ୍ୟ । ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଂଟ ମାରିବା ସହ ଗୋଡାଇଥିଲେ ଦୁର୍ବୃତ । ଭୟରେ ଦୌଡି ପଡିବା ପରେ ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ । ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା ।ସୂଚନା ଅନୁସାରେ ଗତକାଲି ରାତିରେ ଜଣେ କର୍ମଜୀବୀ ଯୁବତୀ ଘରକୁ ଫେରୁଥିଲେ । ମଲରେ ସେଲସ ଗର୍ଲ ଭାବେ କାମ କରୁଥିବାରୁ ଯୁବତୀ ଫେରିବା ଡେରି ହୋଇଥିଲା ଟାଉନ ଥାନା ଅଂଚଳର ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ ରୋମିଓ ଯୁବତୀଙ୍କୁ କମେଂଟ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୁବତୀଙ୍କୁ ପିଛା କରିଥିଲେ । ରୋଡ ରୋମିଓଙ୍କ ଉତ୍ପାତ ଦେଖି ଡରି ଯାଇଥିଲେ ଯୁବତୀ । କୌଣସି ମତେ ସେଠାରୁ ଖସିଯିବାକୁ ଯୁବତୀ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଦୌଡି ପଳାଇବା ସମୟରେ ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ । ଏହି ସମୟରେ ପଛରେ ଅଫିସରୁ ଫେରୁଥିବା ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    82 %
    2.8kmh
    100 %
    Thu
    25 °
    Fri
    29 °
    Sat
    30 °
    Sun
    30 °
    Mon
    28 °

    ସମ୍ବନ୍ଧିତ