Tuesday, October 6, 2026
22.3 C
Odisha

    ୟୁକ୍ରେନ ସୁପରମାର୍କେଟରେ ରୁଷ୍‌ର ଆକ୍ରମଣ; ୧୧ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରୁଷ୍‌ ୨ ବର୍ଷ ପରେ ୟୁକ୍ରେନର ଦ୍ବିତୀୟ ବୃହତ୍ତମ ସହର ଖାରକିଭ ଅକ୍ତିଆର କରିବା ପାଇଁ ପୁଣି ପ୍ରୟାସ ଆରମ୍ଭ କରିଦେଇଛି। ଏହି କ୍ରମରେ ରୁଷ୍‌ ଖାରକିଭର ଏକ ହାର୍ଡୱେୟର ସୁପରଷ୍ଟୋରରେ ବୋମାମାଡ଼ କରିଛି। ଏଥିରେ ଅତିକମରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୨ରୁ ଅଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ୟୁକ୍ରେନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କି ମଧ୍ୟ ଏହାର ଭିଡିଓ ଛାଡ଼ିଛନ୍ତି। ସେ ଏହାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନୀଚ୍ଚ କାମ ବୋଲି କହିଛନ୍ତି। ଏହି ଆକ୍ରମଣ ରୁଷ୍‌ ପାଗଳାମୀର ଏକ ବଡ଼ ଉଦାହରଣ। ପୁତିନ ସେନା ଶନିବାର ଦିନ ଯାକ ଆକ୍ରମଣ ଜାରି ରଖିଥିଲା। ସହର ବଡ଼ ସପିଂ ମଲ୍‌କୁ ନିଶାଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ ସାଧାରଣ ନାଗରିକଙ୍କୁ ନିଶାଣ କରି ଆକ୍ରମଣ କରାଯାଉନାହିଁ ବୋଲି ରୁଷ୍‌ କ୍ରମାଗତ ଭାବେ କହିଆସୁଛି। ମାତ୍ର ରୁଷ୍‌ର ଏହି ଦାବି ଅନେକ ଥର ଭୁଲ୍‌ ସାବ୍ୟସ୍ତ ହୋଇଛି। ଏ ପର୍ଯ୍ୟନ୍ତ ଆକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ