Tuesday, April 7, 2026
31.9 C
Odisha

    ନୂଆ ପୁଲିସ କମିସନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବଦତ୍ତ ସିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନୂଆ ପୁଲିସ କମିସନର ଭାବେ ସୁରେଶ ଦେବଦତ୍ତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ସଞ୍ଜୀବ ପଣ୍ଡାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ କମିସନର କହିଛନ୍ତି, ପୁଲିସ ଅପରାଧୀଙ୍କ ପ୍ରତି କଠୋର ଓ ସାଧାରଣ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବ। ବିଧିବ୍ୟବସ୍ଥାରେ ରହି ଲୋକଙ୍କୁ ଯଥାସମ୍ଭବ ନ୍ୟାୟ ଦିଆଯିବ।
    ଉଲ୍ଲେଖଯୋଗ୍ୟ, ଗତକାଲି୧୯୯୪ ବ୍ୟାଚ୍ ଆଇପିଏସ୍ ତଥା ପୁଲିସ କମିସନର ସଞ୍ଜୀବ ପଣ୍ଡାଙ୍କ ସ୍ଥାନରେ ୧୯୯୮ ବ୍ୟାଚ୍ ଆଇପିସଏସ୍ ତଥା ଏଡିଜି(ଅପରେସନ୍) ସୁରେଶ ଦେବଦତ୍ତ ସିଂଙ୍କୁ ଦ୍ବୈତନଗର ନୂତନ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା।
    ନୂଆ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ୧୯୭୧ ମସିହାରେ ଉତ୍ତରପ୍ରଦେଶରେ ଜନ୍ମ। ସେ ଜଣେ ମେଧାବୀ ଛାତ୍ର ଥିଲେ। ୧୯୯୪ ମସିହାରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିବା ପରେ ୧୯୯୭ ମସିହାରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ଲାଭ କରିଥିଲେ। ଏହି ସମୟରେ ସେ ଆଇପିଏସ୍ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସାମ୍ବାଦିକତା ପାଇଁ ଆଗ୍ରହ ଥିବାରୁ ଆହ୍ଲାବାଦରେ ମାସ୍ କମ୍ୟୁନିକେସ୍ନ ଡିଗ୍ରି ହାସଲ କରିଥିଲେ। କିଛି ଦିନ ପାଇଁ ସେ ଦୈନିକ ଜାଗରଣ, ନବ ଭାରତ, ହିନ୍ଦୁ ଭଳି ଜାତୀୟସ୍ତରର ଖବରକାଗଜ ପାଇଁ ସାମ୍ବାଦିକତା କରିଥିଲେ। ୧୯୯୭ ମସିହାରେ ସେ ଆଇପିଏସ୍ ପାଇବା ପରେ ପ୍ରଥମେ ୨୦୦୦ ମସିହାରେ ବାଲିଗୁଡ଼ା ଏସ୍ଡିପିଓ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ୨୦୦୨ ମସିହାରେ ଏସ୍ପି ଭାବେ ସେ ମାଲକାନଗିରିରେ ଯୋଗଦେଇଥିଲେ।
    ଏହାପରେ ୨୦୦୪ରେ ମୟୂରଭଞ୍ଜ ଏସ୍ପି ଏବଂ  ଠିକ୍ ବର୍ଷକ ପରେ ୨୦୦୫ ମସିହାରେ ସମ୍ବଲପୁର ଏସ୍ପି, ୨୦୦୮ରେ ଗଞ୍ଜାମ ଏସ୍ପି, ୨୦୦୯ରେ ବ୍ରହ୍ମପୁର ଏସ୍ପି, ୨୦୧୦ରେ ଜଗତସିଂହପୁର ଏସ୍ପି ଭାବେ କାର୍ଯ୍ୟ କରିଥିଲେ। ୨୦୧୨ ମସିହାରେ ଡିଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଡିଆଇଜି ଦକ୍ଷିଣାଞ୍ଚଳ ରେଞ୍ଜ(କୋରାପୁଟ)ରେ ନିଯୁକ୍ତି ପାଇଥିଲେ। ବର୍ଷକ ପାଇଁ ସେଠାରେ କାର୍ଯ୍ୟ କରିବା ପରେ ୨୦୧୪ ମସିହାରେ ଡିଆଇଜି(ସିଆଇଏସ୍ଏଫ୍) କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ। ୭ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍ରେ ରହିବା ପରେ ୨୦୨୧ ମସିହାରେ ଓଡ଼ିଶା ଫେରିଥିଲେ। ୨୦୨୧ ଜୁଲାଇରେ ଆଇଜି (ହେଡ୍ କ୍ବାର୍ଟର) ନିଯୁକ୍ତି ପାଇଥିଲେ। ୨୦୨୩ ଜାନୁଆରିରେ ଏଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଏଡିଜି(ଅପରେସନ୍) ଭାବେ ଦାୟିତ୍ବରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.9 ° C
    31.9 °
    31.9 °
    42 %
    0.6kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ