Thursday, March 26, 2026
26.8 C
Odisha

    ଅକ୍ଟୋବର ୧୭ରେ ସାଇନି ଶପଥ ନେବେ

    ଆଗକୁ ପଢନ୍ତୁ

    ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ନଅ ଦିନ ପରେ ନାଏବ ସିଂ ସାଇନି ଅକ୍ଟୋବର ୧୭ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ହରିୟାଣା ସିଏମ ମନୋହର ଲାଲ ଖଟ୍ଟର ଶନିବାର କହିଛନ୍ତି  ପଞ୍ଚକୁଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାଇନି ଅକ୍ଟୋବର ୧୭ରେ ରାଜ୍ୟର ସିଏମ ଭାବରେ ଶପଥ ଗ୍ରହଣ କରିବେ। ସାଇନିଙ୍କ ସହ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିବେ।

    ସିଏମ୍ ପଦବୀ ପାଇଁ ଶପଥ ଗ୍ରହଣ ସମାରୋହ ୧୭ଅକ୍ଟୋବର ପୂର୍ବହ୍ନ ୧୦ଟାରେ ପଞ୍ଚକୁଲାର ଦଶହରା ପଡ଼ିଆରେ ଆୟୋଜିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଶାସିତ ରାଜ୍ୟ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ।

    ସାଇନି ୨୫ ଜାନୁୟାରୀ ୧୯୭୦ରେ ଅମ୍ବାଲାର ମିର୍ଜାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ବି.ଆର ଆମ୍ବେଦକର ବିହାର ବିଶ୍ୱବିଦ୍ୟାଳୟ, ମୁଜାଫରପୁର ଏବଂ ଚରଣ ସିଂ ବିଶ୍ୱବିଦ୍ୟାଳୟର ସ୍ନାତକ ଏବଂ ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଛନ୍ତି। ସେ ୧୯୯୬ଏହା ପରେ ସେ ହରିୟାଣାରେ ବିଜେପିର ସାଧାରଣ ସମ୍ପାଦକ, କିସାନ ମୋର୍ଚ୍ଚା ଭଳି ପଦବୀ ମଧ୍ୟ ଗ୍ରହଣ କରିଥିଲେ। ୨୦୧୨ ମସିହାରେ,  ସାଇନି ପଦୋନ୍ନତି ପାଇ ଅମ୍ବାଲା ଜିଲ୍ଲା ସଭାପତି ହୋଇଥିଲେ। ସେ ପ୍ରଥମେ ନାରାୟଣଗଡ ନିର୍ବାଚନମଣ୍ଡଳୀରୁ ୨୦୧୦ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ହାରି ଯାଇଥିଲେ।  ମସିହାରୁ ବିଜେପି ହରିୟାଣାରେ ଯୋଗ ଦେଇଥିଲେ।

    ସେ  ୨୦୧୪ହରିୟାଣା ବିଧାନସଭା ନିର୍ବାଚନରେ ସେ ​​ନାରାୟଣଗଡରୁ ଜିତିଥିଲେ। ଏହା ପରେ ସେ ମନୋହର ଲାଲ ଖଟ୍ଟର କ୍ୟାବିନେଟର ଏକ ଅଂଶ ହୋଇଥିଲେ। ୨୦୧୯ ରେ, ସାଇନି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କୁରୁକ୍ଷେତ୍ର ନିର୍ବାଚନମଣ୍ଡଳୀରୁ କଂଗ୍ରେସର ନିର୍ମଳ ସିଂଙ୍କୁ ପରାସ୍ତ କରିଥିଲେ। ଏହା ପରେ ତାଙ୍କୁ ହରିୟାଣା ବିଜେପିର ରାଜ୍ୟ ସଭାପତି କରାଯାଇଥିଲା। ମାର୍ଚ୍ଚ ୨୦୧୪ରେ, ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ତାଙ୍କୁ ସିଏମ୍ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ