Wednesday, April 8, 2026
23.9 C
Odisha

    Samsung ଲଞ୍ଚ କରିବ ୫୦୦MP କ୍ୟାମେରା ସହିତ ଏକ ସ୍ମାର୍ଟଫୋନ୍

    ଆଗକୁ ପଢନ୍ତୁ

    Samsung ପୁଣି ଥରେ ଏକ ବଡ଼ ଧମାକା କରିବାକୁ ଯାଉଛି।ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା Samsung Galaxy S26 Ultra ରେ ଏହି ୫୦୦MP ସେନ୍ସର ଦିଆଯାଇପାରିବ। ଚଳିତ ବର୍ଷ ଲଞ୍ଚ ହେବାକୁ ଥିବା Galaxy S25 Ultra ରେ କେବଳ ୨୦୦MP କ୍ୟାମେରା ରହିବ। କମ୍ପାନୀର ଏହି ଫୋନ୍ ଜାନୁଆରୀ ୨୨ ରେ ଗ୍ଲୋବାଲ୍ ମାର୍କେଟକୁ ଆସିପାରେ।ଏକ ପୋଷ୍ଟରେ Samsung ର ୫୦୦ MP କ୍ୟାମେରା ସେନ୍ସର ବିଷୟରେ ଡିଟେଲ୍ସ ସେୟାର କରାଯାଇଛି। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଏହି ୫୦୦ MP କ୍ୟାମେରା ସେନ୍ସର Samsung ର Galaxy ଡିଭାଇସରେ ଦିଆଯାଇପାରିବ। ଆହୁରି ମଧ୍ୟ ଦକ୍ଷିଣ କୋରିଆ କମ୍ପାନୀ ଟ୍ରିପଲ ଲେୟର ଇମେଜ୍ ଷ୍ଟାକ୍ଡ ସେନ୍ସର ଉପରେ କାମ କରୁଛି। ଏହି କ୍ୟାମେରା ସେନ୍ସର Sony ର Exmor RS ଇମେଜ୍ ସେନ୍ସରରୁ ଆଡଭାନ୍ସ ହେବ।

    ଟପଷ୍ଟର ଦାବି କରିଛି ଯେ ଏହି ଟ୍ରିପଲ ଲେୟାର ଷ୍ଟାକ ସେନ୍ସର Apple ର PD-TR ଲଜିକ୍ କନଫ୍ୟୁଗିରେସନ୍ ପରି କାମ କରିବ। ୨୦୨୬ ରେ ଲଞ୍ଚ ହେବାକୁ ଥିବା iPhone 18 ସିରିଜରେ ଆପଲ୍ ଏହି ଦମଦାର୍ କ୍ୟାମେରା ସେନ୍ସର ବ୍ୟବହାର କରାଯିବ। Sony ର କ୍ୟାମେରା ସେନ୍ସର ଚଳିତ ବର୍ଷ ଲଞ୍ଚ ହୋଇଥିବା Apple iPhone ରେ ବ୍ୟବହାର ହୋଇଥାଏ। ଆଇଫୋନରେ CMOS ଇମେଜ୍ ସେନ୍ସର ଯଥା CIS ବ୍ୟବହାର କରାଯାଏ। ସାମସଙ୍ଗର ୩-ଲେୟର ଷ୍ଟାକ୍ଡ ଇମେଜ୍ ସେନ୍ସର ଏହାଠାରୁ ଅଧିକ ଆଡଭାନ୍ସ ହେବ।୨୦୨୬ ରେ ଲଞ୍ଚ ହେବାକୁ ଥିବା iPhone 18 ସିରିଜରେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୬ ରେ ଲଞ୍ଚ ହେବାକୁ ଥିବା iPhone 18 ରେ Samsung ର ୪୮ MP କ୍ୟାମେରା ସେନ୍ସର ମିଳିପାରିବ। ଏଥି ସହିତ Samsung ଏହାର ଫ୍ଲାଗସିପ୍ Galaxy S ସିରିଜ୍ ସ୍ମାର୍ଟଫୋନରେ ୫୦୦ MP କ୍ୟାମେରା ସେନ୍ସର ବ୍ୟବହାର କରିପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ