Tuesday, April 7, 2026
25.2 C
Odisha

    SBI ଆଣିଲା ଦମଦାର Scheme

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତରେ ସବୁଠାରୁ ବିଶ୍ୱସ୍ତ ବ୍ୟାଙ୍କ ତାଲିକାରେ ଖୁବ ଉପରେ ରହିଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ। ବିଭିନ୍ନ ବ୍ୟାଙ୍କିଙ୍ଗ ସୁବିଧା ସୁଯୋଗ ଯୋଗାଇ ଦେଉଛି ଷ୍ଟେଟ ବ୍ୟାଙ୍କ। ବର୍ତ୍ତମାନ ବ୍ୟାଙ୍କ ତରଫରୁ ୨ଟି ଯୋଜନା ଲଞ୍ଚ କରାଯାଇଛି। ଏହା ଗ୍ରାହକଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

    ହର୍ ଘର୍ ଲଖପତି ଯୋଜନା: ଏହା ହେଉଛି ଏକ ପ୍ରି-କାଲକୁଲେଟ ହୋଇଥିବା ରେକରିଙ୍ଗ ଡିପୋଜିଟ ଯୋଜନା। ଏହାଦ୍ୱାରା ଗ୍ରାହକ ୧ ଲକ୍ଷ ବା ଅଧିକ ଟଙ୍କା ଜମା କରିବାରେ ସହାୟକ ହେବ। ଏହି ଯୋଜନା ଫାଇନାନ୍ସିଆଲ ଟାର୍ଗେଟ ହାସଲ କରିବା ପ୍ରକ୍ରିୟା ସରଳ କରିଛି। ଏହାଦ୍ୱାରା ଗ୍ରାହକ ନୂଆ ଯୋଜନା କରିବା ସହିତ ସଞ୍ଚୟ କରିପାରିବେ। ନାବାଳକଙ୍କ ପାଇଁ ମଧ୍ୟ ଏହି ଯୋଜନା ଉପଲବ୍ଧ ରହିଛି।

    ଏସବିଆଇ ପେଟ୍ରନ୍ସ: ଏହା ହେଉଛି ଏକ ଫିକ୍ସଡ ଡିପୋଜିଟ ଯୋଜନା। ବିଶେଷକରି ୮୦ ବା ଏହାଠାରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ବ୍ୟାଙ୍କ ସହିତ ବରିଷ୍ଠ ନାଗରିକଙ୍କର ଦୀର୍ଘ ଦିନର ସମ୍ପର୍କକୁ ଧ୍ୟାନରେ ରଖି ଏସବିଆଇ ସ୍କିମ୍ ବର୍ଦ୍ଧିତ ସୁଧ ହାର ପ୍ରଦାନ କରୁଛି। ‘ଏସବିଆଇ ପାଟ୍ରନ୍’ ଉଭୟ ପୁରୁଣା ଏବଂ ନୂଆ ଏଫଡି ନିବେଶକଙ୍କ ପାଇଁ ଉପଲବ୍ଧ।

    ବରିଷ୍ଠ ନାଗରିକଙ୍କ ପାଇଁ FD ହାର:

    7 ଦିନରୁ 45 ଦିନ 4.00%
    46 ଦିନରୁ 179 ଦିନ 6.00%
    180 ଦିନରୁ 210 ଦିନ 6.75%
    211 ଦିନରୁ 1 ବର୍ଷରୁ କମ୍ 7.00%
    1 ବର୍ଷରୁ 2 ବର୍ଷରୁ କମ୍ 7.30%
    2 ବର୍ଷରୁ 3 ବର୍ଷରୁ କମ୍ 7.50%
    3 ବର୍ଷରୁ 5 ବର୍ଷରୁ କମ୍ 7.25%
    5 ବର୍ଷ ଏବଂ 10 ବର୍ଷ ପାଇଁ 7.50% *

    ସାଧାରଣ ନାଗରିକଙ୍କ ପାଇଁ ପର୍ଯ୍ୟାୟ RD ହାର ବରିଷ୍ଠ ନାଗରିକଙ୍କ ପାଇଁ RD ହାର

    1 ବର୍ଷ – 1 ବର୍ଷ 364 ଦିନ 6.80% ରୁ 7.30%
    2 ବର୍ଷ – 2 ବର୍ଷ 364 ଦିନ 7.00% ରୁ 7.50%
    3 ବର୍ଷ – 4 ବର୍ଷ 364 ଦିନ 6.50% ରୁ 7.00%
    5 ବର୍ଷ – 10 ବର୍ଷ 6.50% ରୁ 7.00%

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    69 %
    1.7kmh
    84 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ