Sunday, October 18, 2026
23.2 C
Odisha

    ସିଡ୍‌ନି ଟେଷ୍ଟ୍‌: ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୧୪୧/୬

    ଆଗକୁ ପଢନ୍ତୁ

    ସିଡ୍‌ନି: ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟ ସିଡ୍‌ନିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଦୁଇ ଦିନର ମ୍ୟାଚ୍ ଶେଷ ହୋଇଛି। ଏହା ସହତ ଟିମ୍ ଇଣ୍ଡିଆ ୧୪୫ ରନ୍‌ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ୬ ୱିକେଟ୍ ହରାଇ ୧୪୧ ରନ୍ ସଂଗ୍ରହ କରିଛି। ଏଭଳି ପରିସ୍ଥିତିରେ ସିଡ୍‌ନିରେ ଖେଳାଯାଉଥିବା ମ୍ୟାଚ୍‌ରେ ଆୟୋଜକ ଅଷ୍ଟ୍ରେଲିଆକୁ ଟିମ୍ ଇଣ୍ଡିଆ କେତେ ରନ୍ ଟାର୍ଗେଟ୍ ଦେଇପାରେ ସେନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

    ସିଡ୍‌ନିରେ ଅଷ୍ଟ୍ରେଲିଆ ସବୁଠୁ ବଡ଼ ରନ୍ ଚେଜ୍ କରିଛି। ଜାନୁଆରୀ ୨୦୦୬ରେ ଅଷ୍ଟ୍ରେଲିଆ ସିଡ୍‌ନି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଇନିଂସରେ ୨୮୮/୨ ରନ୍ ଚେଜ୍‌ କରିଥିଲା। ସିଡ୍‌ନି ଟେଷ୍ଟର ଚତୁର୍ଥ ଇନିଂସରେ ଏହା ହେଉଛି ସବୁଠାରୁ ବଡ ରନ୍। ଏହି ତାଲିକାରେ ଅଷ୍ଟ୍ରେଲିଆ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଫେବୃଆରୀ ୧୮୯୮ ରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଇନିଂସରେ ଅଷ୍ଟ୍ରେଲିଆ ୨୭୬/୪ ସ୍କୋର କରିଥିଲା ​​।

    ସିଡ୍‌ନି ଟେଷ୍ଟର ଦୁଇ ଦିନ ଶେଷ ହେବା ପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡିଥିବା ଜଣାପଡିଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ଭାରତ ଦିନ ଶେଷ ସୁଦ୍ଧା ବୋର୍ଡରେ ୧୪୧/୬ ରନ୍ କରିଛି।ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଅଲ୍ଆଉଟ୍ ହୋଇ ୧୮୫ ରନ୍ ସଂଗ୍ରହ କରିଥିଲା। ତା’ପରେ କଙ୍ଗାରୁ ଦଳ ଏହାର ପ୍ରଥମ ଇନିଂସରେ ଅଲ୍ଆଉଟ୍ ହୋଇ ୧୮୧ ରନ୍ କରିଥିଲେ।ଏହି ଅବଧିରେ ସିରାଜ ଏବଂ ପ୍ରସାଦ କୃଷ୍ଣ ଭାରତ ପାଇଁ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅବଶିଷ୍ଟ ୨ଟି ଲେଖାଏଁ  ୱିକେଟ୍ ଅଧିନାୟକ ଜସପ୍ରୀତ୍  ବୁମ୍‌ରା ଏବଂ ଅଲରାଉଣ୍ଡର ନୀତୀଶ ରେଡ୍ଡୀ ନେଇଥିଲେ।ସିଡ୍‌ନି ଟେଷ୍ଟର ଦ୍ୱିତୀୟ ଇନିଂସରେ ଋଷଭ ପନ୍ତ ମାତ୍ର ୩୧ ବଲରେ ୬୧ ରନ୍ ସଂଗ୍ରହ କରିଥିଲେ। ଏହି ଇନିଂସ ସମୟରେ ପନ୍ତ ୪ଟି ଚମତ୍କାର ଛକା ଏବଂ  ୨ଟି  ଜୌକା ମାରିଥିଲେ। ସେଥିମଧ୍ୟରୁ ପନ୍ତ ମିଚେଲ ଷ୍ଟାର୍କଙ୍କ ବଲରେ ଲଗାତାର ୨ଟି ଛକା ମାରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ