Wednesday, November 5, 2025
25.4 C
Odisha

    କପି କରି ଧରାପଡିବା ପରେ ଆତ୍ମହତ୍ୟା କଲେ ବିଜ୍ଞାନ ଛାତ୍ର

    ଆଗକୁ ପଢନ୍ତୁ

    କପି କରି ଧରାପଡିବା ପରେ +୨ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ବ୍ରହ୍ମପୁରରୁ ଆସିଛି ଏହି ଅଭାବନୀୟ ଖବର । ଅଭିଯୋଗ ଅନୁସାରେ ବ୍ରହ୍ମପୁରର ଦେବାଶିଷ ସେଠୀ ନାମକ ଯୁକ୍ତ ୨ ଛାତ୍ର ଗତକାଲି ଫିଜିକ୍ସ ପରୀକ୍ଷା ଦେବା ବେଳେ କପି କରି ଧରାପଡିଥିଲେ । ତା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ସେହିପରି ଆଜି ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଙ୍କ ଆତ୍ମହତ୍ୟା । ଧାମନଗର ଯାହାଙ୍ଗୀରରେ ମାଟ୍ରିକ ଛାତ୍ର ଅଭିଷେକ ପଣ୍ଡା ନାମକ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମାଉସୀ ଘରେ ରହି ସେ ପାଠ ପଢୁଥିଲେ । ଦୁଇ ଦିନ ତଳେ ସାହିତ୍ୟ ପରୀକ୍ଷା ଦେଇଥିଲେ । କିନ୍ତୁ ଇଂରାଜୀ ପରୀକ୍ଷା ବେଳକୁ ସେ କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ଏବେ ମଉସା ଘର ଲୋକେ ସ୍ଥାନୀୟ ଥାନାକୁ ଖବର ଦେବା ପରେ ପୋଲିସ ପହଂଚି ଶବ ଜବତ କରିଛି । ପାଠପଢା ଜନିତ ଚାପ ନା ଅନ୍ୟ କୌଣସି କାରଣ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଲେ ତାହା ଏବେ ତଦନ୍ତ ସାପେକ୍ଷ । ଅଭିଷେକଙ୍କ ଘର ମୟୂରଭଞ୍ଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.4 ° C
    25.4 °
    25.4 °
    53 %
    1.4kmh
    27 %
    Wed
    27 °
    Thu
    28 °
    Fri
    28 °
    Sat
    27 °
    Sun
    25 °

    ସମ୍ବନ୍ଧିତ