Monday, April 6, 2026
23.6 C
Odisha

    ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି, ୩୦ ପ୍ଲାଟୁନ୍‌ ପୁଲିସ ମୁତୟନ ଅଛନ୍ତି: ଡିଜିପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଗତ ୧୩ ତାରିଖରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିଦିଆଯିବା ପରେ ସିଂହଦ୍ବାର ସାମ୍ନାରେ ଆଉ ପୂର୍ବଭଳି ଭିଡ଼ ରହୁନାହିଁ ଏକଥା ସତ। କିନ୍ତୁ ଶ୍ରୀମନ୍ଦିର ପରିସର ଭିତରେ ପ୍ରବଳ ଭିଡ଼ ଲାଗି ରହୁଛି। ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ନେଇ ପୁଲିସ ଡ଼ିଜି ଅରୁଣ କୁମାର ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉଭୟ ମନ୍ଦିର ଭିତର ଏବଂ ବାହାରେ ପୁଲିସ ବ୍ୟବସ୍ଥା କରାଯାଇଛି। ଚାରିଦିନ ଛୁଟି ପଡ଼ିଯିବାରୁ ଏହି ଭିଡ଼ ଦେଖିବାକୁ ମିଳିଥିଲା। ଚାରିଦ୍ୱାର ଖୋଲିବା ପରର ଭିଡ଼କୁ ଆଖି ଆଗରେ ରଖି ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୃତ୍ୟୟନ କରାଯଇଛି। ଏଡିଜି ଲ ଆଣ୍ଡ ଅର୍ଡର ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି ଏବଂ ସେଣ୍ଟ୍ରାଲ ଆଇଜି ପୁରା ଘଟଣାର ତର୍ଜମା କରିଛନ୍ତି। ଜଗନ୍ନାଥଙ୍କ ଦର୍ଶନକୁ ନେଇ ପୁରୀ ଯାଉଥିବା ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।
    ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚଳିତ ବର୍ଷର ରଥଯାତ୍ରା ବିରଳ। ୨୪ ବର୍ଷ ପରେ ଏଭଳି ରଥଯାତ୍ରା ପଡ଼ିବ। ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ ଆଜି ସନ୍ଧ୍ୟାରେ ପରିଚାଳନା ସମିତି ସହ ଆଲୋଚନା ହେବ। ଭଗବାନ ଚାଁହୁଥୁଲେ ବୋଲି ଚାରି ଦ୍ୱାର ଖୋଲା ହେଲା। ଭକ୍ତ ମନ ଖୋଲି ଭଗବାନଙ୍କୁ ଦର୍ଶନ କରୁଛନ୍ତି। ଛୁଟି ପାଇଁ ଭିଡ଼ ଥିଲା, କିଛି ଅଘଟଣ ଘଟିନି କି ଘଟିବନି। ଦଇତା ନିଯୋଗ ସଭାପତି ରାମକୃଷ୍ଣ ଦାଶ ମହାପାତ୍ର କହିଛନ୍ତି, ରଥଯାତ୍ରା, ସ୍ନାନ ଯାତ୍ରା, ସୁନାବେଶ ଉପରେ ବୈଠକ ହୋଇଛି। ୫୩ବର୍ଷ ପରେ ଗୋଟିଏ ଦିନରେ ରଥଯାତ୍ରା ଓ ନବ ଯୌବନ ବେଶ ପଡୁଛି। ରଥଯାତ୍ରା ସୁରୁଖୁରୁରେ ସାରିବା ପାଇଁ ବୈଠକ ହୋଇଥିଲା। ସ୍ନାନ ପୂର୍ଣିମାରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀଙ୍କ ସହ ସବୁ ମନ୍ତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ