Friday, April 3, 2026
27 C
Odisha

    ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

    ଆଗକୁ ପଢନ୍ତୁ

    ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର. ଆଜି ସେ ବିଜେପିରୁ ଇସ୍ତଫା ଦେଇଛନ୍ତି. ସେ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ. ଦଳର ନୀତି ଯୋଗୁଁ ଜନସେବା ହୋଇ ପାରିବ ନାହିଁ ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ଲେଖାଶ୍ରୀ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ବିଜେଡିକୁ ସ୍ୱାଗତ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ. ମାନସ ମଙ୍ଗରାଜ କହିଲେ, ତାଙ୍କ ଯୋଗଦାନ ଦ୍ୱାରା ଦଳ ଆହୁରି ସୁସଂଗଠିତ ହେବ ବୋଲି ଆଶା. ସେ ଜଣେ ପରିଚିତ ନାଁ ରାଜ୍ୟ ରାଜନୀତିର. ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିକାଶରେ ଅନୁପ୍ରାଣିତ ହୋଇ ସେ ଯୋଗ ଦେଇଛନ୍ତି. ସାଂସଦ ସସ୍ମିତ ପାତ୍ର କହିଲେ, ଲେଖାଶ୍ରୀ ମିଡ଼ିଆ ଡିବେଟରେ ବନ୍ଧୁ ପରି କାମ କରିଛନ୍ତି. ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଗଠନର ସ୍ବପ୍ନରେ ଲେଖାଶ୍ରୀଙ୍କ ଅବଦାନ ରହିବ, ଦଳ ସୁସଂଗଠିତ ହେବ.
    ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖାଶ୍ରୀ ମିସିଛନ୍ତି. ତାଙ୍କୁ ସ୍ୱାଗତ. ପୂର୍ବରୁ ସେ ଆମ ସହ ମିଶି କାମ କରିବାର ସୁଯୋଗ ଥିଲା. କିଛି କାରଣରୁ ସେ ପକେଇଥିଲେ. ଆଜି ସେ ଘରକୁ ଫେରିଛନ୍ତି. ମିଶିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଲୋକଙ୍କ ପାଖରେ ପହଞ୍ଚାଇବା.
    ଲେଖାଶ୍ରୀ କହିଲେ, ଆଜି ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ଧନ୍ୟବାଦ. ମୁଁ ବିଜେପି ଛାଡିଛି. କୌଣସି ପରିବର୍ତନ ସହଜ ନୁହେଁ. ହେଲେ ପରିବର୍ତ୍ତନ ନିରନ୍ତର. ଆଜୁ ଯିବାକୁ ହେଲେ ପରିବର୍ତନର ସମ୍ମୁଖୀନ ହେବାକୁ ପଡିବ. ମୁଁ 10 ବର୍ଷରୁ ମୋର ସର୍ବସ୍ବ, ସ୍ଵଭାଵ ଅନୁସାରେ ଶତ ପ୍ରତିଶତ ବିଜେପିକୁ ଦେଇଥିଲି. ଲୋକ ସେବାର ଇଚ୍ଛା ସେଠି ପୂରଣ ହୋଇ ପାରୁନି. ଏତେ ନିଷ୍ଠା ସହ କାମ କରିବା ସତ୍ୱେ, ନେତୃତ୍ୱର ଭରସା ପାଇଲା ନାହିଁ. ଅନୁଭବ କଲି, ମୋ ସହ ବିଜେପି କାମ ଏତିକି ଥିଲା. ଓଡ଼ିଶାରେ ବିକାଶର ସ୍ରୋତ ବୁହାଉଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି. ମୁଖ୍ୟମନ୍ତ୍ରୀଙ୍କୁ ପାଖରେ କୃତଜ୍ଞ. 5T କାମ ପାଇଁ କାର୍ତ୍ତିକ ପାଣ୍ଡ୍ୟାନ, ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ. ଓଡ଼ିଆ ଅସ୍ମିତା, ଓଡ଼ିଶାର ବିଶ୍ୱସ୍ତରୀୟ ପରିଚୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଅନୁପ୍ରାଣିତ ହୋଇ ଗୁଣ୍ଡୁଚି ମୂଷା ପରି ବାଲି ଝାଡ଼ିବା. ଓଡିଶାବାସିଙ୍କ ସେବା ମୋ ଉଦେଶ୍ୟ ଥିଲା. ଯାହା ବିଜେପିରେ ସମ୍ଭବ ନଥିଲା. ଯାହା ଦାୟିତ୍ୱ ମିଳିବ, କରିବି…

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ