Monday, October 12, 2026
22.3 C
Odisha

    ଜୀବାଶ୍ମ ଇନ୍ଧନ ସବସିଡି ବିରୋଧରେ ଗ୍ରେଟା ଥନବର୍ଗଙ୍କ ବିରୋଧ, ପୁଲିସ୍ କଲା ଗିରଫ

    ଆଗକୁ ପଢନ୍ତୁ

    ଆମ‌ଷ୍ଟେରଡାମ: ନେଦରଲ୍ୟାଣ୍ଡରେ ଜୀବାଶ୍ମ ଇନ୍ଧନ ସବସିଡି ବିରୋଧରେ ପ୍ରଦର୍ଶନ ସମୟରେ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ପୋଲିସ ଦୁଇଥର ଗିରଫ କରିଛି। ଶନିବାର ଦିନ ଗ୍ରେଟା ଥନବର୍ଗଙ୍କ ନେତୃତ୍ୱରେ ହୋଇଥିବା ବିକ୍ଷୋଭ ସମୟରେ ପ୍ରମୁଖ ରାସ୍ତା ଅବରୋଧ କରାଯାଇଥିଲା, ଯେଉଁଥିପାଇଁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।ପୁଲିସ୍ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ପ୍ରଦର୍ଶନ ସମୟରେ ୪୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିଲା, ସେଥିମଧ୍ୟରୁ ୧୨ ଜଣଙ୍କୁ ଉତ୍ତେଜନା ଅଭିଯୋଗରେ ଗିରଫ କରାଯାଇଛି। ତେବେ ପରେ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କୁ ମୁକ୍ତ କରାଯାଇଥିଲା। ଡଚ୍ ସହର ହେଗକୁ ଯାଉଥିବା ଏକ ପ୍ରମୁଖ ରାସ୍ତାକୁ ଅବରୋଧ କରିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ମଧ୍ୟରେ ଜଣେ ୨୧ ବର୍ଷୀୟ ସ୍ୱିଡେନ କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ ପୁଲିସୁ ପୂର୍ବରୁ ଅଟକ ରଖିଥିଲା, କିନ୍ତୁ କିଛି ସମୟ ପରେ ତାଙ୍କୁ ମୁକ୍ତ କରାଯାଇଥିଲା।
    ଏକ ପ୍ରଦର୍ଶନ ସମୟରେ ତାଙ୍କୁ ପ୍ରଥମେ ଗିରଫ କରାଯିବା ପରେ ଥନବର୍ଗଙ୍କୁ ମୁକ୍ତ କରାଯାଇଥିଲା। ପରେ ପୁଣିଥରେ ସେ ତାଙ୍କ ସହକର୍ମୀଙ୍କ ସହ ପ୍ରଦର୍ଶନରେ ଯୋଗ ଦେଇଥିଲେ । ରେଳ ଷ୍ଟେସନକୁ ଯାଉଥିବା ଅନ୍ୟ ଏକ ରାସ୍ତା ଅବରୋଧ କରାଯାଇଥିଲା। ଏହା ପରେ ପୁଲିସ୍ ପୁନର୍ବାର ଗ୍ରେଟା ଥନବର୍ଗଙ୍କୁ ଗିରଫ କରିଥିଲା, ତାଙ୍କୁ ପୁଲିସ୍ ଷ୍ଟେସନକୁ ନିଆଯାଇଥିଲା।

    ଜୀବାଶ୍ମ ଇନ୍ଧନ ସବସିଡି ସମ୍ପର୍କରେ ଆଲୋଚନା ପୂର୍ବରୁ ଡଚ୍ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ରଣନୀତି ଭାବରେ ପରିବେଶ ଗୋଷ୍ଠୀ ଦ୍ବାରା ଜୁନ୍ ମାସରେ ଏହି ପ୍ରଦର୍ଶନ କରାଯାଇଥିଲା। ଏହି ସମୟ ମଧ୍ୟରେ ପୁଲିସ୍ ବିକ୍ଷୋଭକାରୀଙ୍କୁ ମୋଟରପଥରେ ପ୍ରବେଶ କରିବାରୁ ଅଟକାଇଥିଲେ ଏବଂ ଯଦି ସେମାନେ ଏପରି କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ସେଥିପାଇଁ ସେମାନେ ନିଜେ ଦାୟୀ ରହିବେ ବୋଲି ପୁଲିସ୍ ତାଗିଦ୍ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ