Thursday, June 18, 2026
26.2 C
Odisha

    ଶଙ୍ଖ ଭବନ ନିର୍ମାଣରେ ଜାଲିଆତି: ରାଜ୍ୟ ସରକାର କରିବେ ତଦନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜୁ ଜନତା ଦଳର ପାର୍ଟି ଅଫିସ ଶଙ୍ଖ ଭବନକୁ ନେଇ ବିବାଦ ଦେଖାଦେଇଛି । । ବିଜେଡିର କାର୍ୟ୍ୟାଳୟ ଶଙ୍ଖ ଭବନକୁ ନେଇ ତଦନ୍ତ ହେବ । ଶଙ୍ଖ ଭବନ ଯେଉଁ ସ୍ଥାନରେ ତିଆରି ହୋଇଛି ତାହା ବେଆଇନ ବୋଲି କୁହାଯାଉଛି । ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ବେଇଅନ ଭାବେ ନିର୍ମାଣ ହୋଇଛି ବିଜେଡିର ପାର୍ଟି ଅଫିସ। କିସମ ‘ସଡ଼କ’କୁ ଘରବାଡ଼ି କିସମରେ ବଦଳାଇ ତାହା ଉପରେ ତୋଳା ହୋଇଛି ବିଶାଳ ଶଙ୍ଖ ଭବନ। ୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲି ଜାଗା ଉପରେ ନିର୍ମାଣ ହୋଇଛି ବିଶାଳକାୟ ଶଙ୍ଖ ଭବନ। ଏହାର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯେତେସବୁ ଅନିୟମିତତା ହୋଇଛି, ସେସବୁ ସାମ୍ନାକୁ ଆସିବ ଏବଂ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପ୍ଲଟକୁ ଅନ୍ୟ ତିନୋଟି ଘରବାଡ଼ି ପ୍ଲଟ୍ ସହ ମିଶାଇ ଶଙ୍ଖ ଭବନ ନିର୍ମାଣ କରାଯାଇଛି । ତାହା ପୁଣି ସରକାରଙ୍କ ଅନୁମୋଦନ କ୍ରମେ ହୋଇଛି। ଏକ ପ୍ରାଇଭେଟ୍ ପାର୍ଟି ବା ବିଜେଡି ଦଳକୁ ସାଧାରଣ ଜନତାଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସଡ଼କ ଉପରେ ଘର ନିର୍ମାଣ ପାଇଁ ଅନୁମତି ଦିଆଯାଇଛି। ଏଭଳି ଦୁର୍ନୀତିର ପରଦା ଫାସ କରିବା ରାଜ୍ୟ ସରକାର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    70 %
    1.3kmh
    89 %
    Thu
    40 °
    Fri
    38 °
    Sat
    34 °
    Sun
    34 °
    Mon
    34 °

    ସମ୍ବନ୍ଧିତ