Friday, April 3, 2026
27 C
Odisha

    ଗାୟିକାଙ୍କ ମୃତ୍ୟୁପରେ ସ୍ବାମୀଙ୍କ ପାଇଁ କରିଥିବା ପୋଷ୍ଟ ହେଉଛି ଭାଇରାଲ

    ଆଗକୁ ପଢନ୍ତୁ

    ପାଟନା: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା କିଛି ଦିନ ହେଲାଣି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଶାରଦା ସିହ୍ନା ପରିବାରଲୋକଙ୍କ କହିବାନୁସାରେ, ୭୨ବର୍ଷ ବୟସରେ ମଙ୍ଗଳବାର ରାତିରେ ଶାରଦା ସିହ୍ନା ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଅକ୍ଟୋବର ୨୧ରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।

    ସେପ୍ଟେମ୍ବର ୨୨ ତାରିଖରେ ସ୍ବାମୀ ବ୍ରଜକିଶୋରଙ୍କ ମୃତ୍ୟୁପରେ ଶାରଦା ସିହ୍ନା ଭାଙ୍ଗିପଡ଼ିଥି‌ଲେ। ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ବ୍ରଜକିଶୋରଙ୍କ ମୃତ୍ୟୁ ବ୍ରେନ ହାମରେଜ ହେତୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା।

    ସ୍ବାମୀଙ୍କ ମୃତ୍ୟୁର ସପ୍ତାହେ ପ‌ରେ ଅର୍ଥାତ ଅକ୍ଟୋବର ୧ ତାରିଖରେ ଗାୟିକା ଶାରଦା ସିହ୍ନା ଫେସବୁକରେ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ ସ୍ବାମୀଙ୍କ ସହିତ ତାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ,‘ମୋତେ ଏ କେଉଁ ଉପହାର ଦେଇ ଚାଲିଗଲା ସିହ୍ନା ସାହେବ। ଆପଣଙ୍କ ସହିତ ମୋର ଶେଷ ସାକ୍ଷାତ ସପ୍ଟେମ୍ବର ୧୭ ତାରିଖରେ ହୋଇଥିଲା। ମୁଁ କହିଥିଲି ତିନିଦିନରେ ଫେରି ଆସିବି। ଆପଣ ଆପଣଙ୍କ ଯତ୍ନ ନେବେ। ଆପଣ ବି ମୋ କଥା ଶୁଣି କହିଥିଲେ,‘‘ ବ୍ୟସ୍ତ ହୁଅ ନାହିଁ ମୁଁ ଠିକ ଅଛି… ତୁମେ ଶୀଘ୍ର ଫେରି ଆସିବ।’’

    ମୁଁ କହିଥିଲି ହଁ ଖୁବ ଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବି । ଆପଣ ଯଦି ଠିକ ଥିଲେ ତେବେ ଇଏ କ’ଣ??

    ଶାରଦା ସିହ୍ନାଙ୍କ ମୃତ୍ୟୁ ପରେ ଗାୟିକା ସ୍ବାମୀ ପାଇଁ କରିଥିବା ଏହି ପୋଷ୍ଟକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ