Wednesday, September 23, 2026
25.3 C
Odisha

    ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ୱଳ ହେଲେ ୟାମି ଗୌତମ; ସେୟାର କଲେ ହୃଦୟସ୍ପର୍ଶୀ ବାର୍ତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କୁ କିଏବା ନଜାଣେ । ନିଜ ଲୁକ୍ ଆଉ ଅଭିନୟ ପାଇଁ ସେ ସର୍ବଦା ଦର୍ଶକଙ୍କ ପ୍ରିୟ । ତେବେ ତା ଙ୍କ ପାଇଁ ଗତକାଲି ମଙ୍ଗଳବାର ଦିନଟି ଥିଲା ଖୁବ୍ ବିଶେଷ ଓ ଭାବପ୍ରବଣ । କାହିଁକି ନା ଫିଲ୍ମ ଆର୍ଟିକଲ୍ 370 ରେ ତାଙ୍କ ଦମଦାର ଅଭିନୟ ପାଇଁ ତାଙ୍କୁ ୨୦୨୪ ମସିହାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଗୁଜରାଟର ଏକତା ନଗରରେ ଆୟୋଜିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୟାମୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବା ଦେଖିବାକୁ ମିଳିଛି ।

    ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପାଇବା ପରେ ୟାମୀଙ୍କ ଖୁସି କହିଲେ ନସରେ । ସେ କହିଥିଲେ କି, ସେ ଏପର୍ଯ୍ୟନ୍ତ ସେହି ମୁହୂର୍ତ୍ତକୁ ପୂରାପୂରି ଅନୁଭବ କରିବାକୁ ଚେଷ୍ଟା କରୁଛନ୍ତି । ଏହା ସହିତ ସେ ଅଭିନୟର ସ୍ୱପ୍ନ ନେଇ ଦେଶର ବିଭିନ୍ନ ସ୍ଥାନରୁ ମୁମ୍ବାଇ ଆସୁଥିବା ଯୁବପିଢ଼ିଙ୍କ ପାଇଁ ମଧ୍ୟ ଏକ ବାର୍ତ୍ତା ଦେଇଥିଲେ ।

    ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ନେବା ବେଳେ ଖୁସିରେ ଆତ୍ମବିଭୋର ହୋଇଉଠିଲେ:
    ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ୟାମୀ ଗୌତମ ମଞ୍ଚକୁ ଯାଇ ପାରମ୍ପରିକ ଢଙ୍ଗରେ ନମସ୍କାର କରିଥିଲେ । ଏହାପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ବିଶେଷ ମୁହୂର୍ତ୍ତରେ ତାଙ୍କ ସ୍ୱାମୀ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଧର ମଧ୍ୟ ଉପସ୍ଥିତ ଥିଲେ । ସେ ଦର୍ଶକଙ୍କ ମଧ୍ୟରେ ବସି ୟାମୀଙ୍କୁ ସମ୍ମାନ ଗ୍ରହଣ କରୁଥିବା ଦେଖୁଥିଲେ । ପୁରସ୍କାର ପାଇବା ପରେ ଗଣମାଧ୍ୟମ ସହ କଥା ହୋଇ ୟାମୀ କହିଥିଲେ ଯେ, ଜାତୀୟ ପୁରସ୍କାର ଜଣେ କଳାକାରଙ୍କ ପାଇଁ ଗର୍ବ ଓ ସମ୍ମାନର ବିଷୟ । ନିଜର ସମ୍ପୂର୍ଣ୍ଣ ଜୀବନକୁ କାମ ପାଇଁ ସମର୍ପିତ କରିଥିବା କୌଣସି କଳାକାରଙ୍କ ପାଇଁ ଏଭଳି ସମ୍ମାନ ମିଳିବା ଏକ ବଡ଼ ଉପଲବ୍ଧି ।

    ‘ଏବେ ବି ବହୁତ କିଛି ଶିଖିବା ବାକି ଅଛି’:
    ଜାତୀୟ ପୁରସ୍କାର ପାଇବା ସତ୍ତ୍ୱେ ୟାମୀ ନିଜର ଆଗାମୀ ଯାତ୍ରାକୁ ନେଇ କହିଥିଲେ ଯେ ତାଙ୍କ ଯାତ୍ରାରେ ସେ କେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ସେ ଜାଣନ୍ତି ନାହିଁ । କାରଣ ଏବେ ବି ତାଙ୍କୁ ବହୁତ କିଛି ଶିଖିବାକୁ ଓ ଆହୁରି ଅନେକ କାମ କରିବାକୁ ଅଛି । ଏହି ସମ୍ମାନକୁ ସେ ନିଜ ପାଇଁ ଏକ ବଡ଼ ସଫଳତା ବୋଲି କହିଥିଲେ ।

    ମୁମ୍ବାଇ ଆସୁଥିବା ସ୍ୱପ୍ନଦର୍ଶୀଙ୍କୁ ୟାମୀଙ୍କ ବାର୍ତ୍ତା:
    ଅଭିନୟର ସ୍ୱପ୍ନ ନେଇ ମୁମ୍ବାଇ ଆସୁଥିବା ଯୁବକ ଯୁବତୀଙ୍କ ବିଷୟରେ ମଧ୍ୟ ୟାମୀ ବାର୍ତ୍ତା ଦେଇଥିଲେ । ସ୍ୱପ୍ନ ନେଇ ମୁମ୍ବାଇ ଆସୁଥିବା ଲୋକଙ୍କୁ ଆଗରୁ ଜଣାନଥାଏ ଯେ ଜୀବନ ସେମାନଙ୍କ ପାଇଁ କ’ଣ ନେଇ ଆସିବ । ସେ ଯୁବପିଢ଼ିଙ୍କୁ ନିରନ୍ତର ପରିଶ୍ରମ କରିବା ଏବଂ ଭଲ କାମ କରିଚାଲିବାକୁ ପରାମର୍ଶ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ