Saturday, October 19, 2024
25.2 C
Odisha

    ଆସନ୍ତା ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ | କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ ଆଜି ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ଜୁନ୍ ୧୨ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ବର୍ଷାଦିନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଥିଲା | ଆଉ ଆସନ୍ତା ୧୦ ତାରିଖରୁ ଏହା ଖୋଲାଯିବ |

    ତେବେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ। ଗତବର୍ଷ ୨୦୨୨-୨୩ରେ ୪୧ ହଜାର ୩୪୬ ଜଣ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ୨୦୨୩-୨୪ରେ ୨୫ ହଜାର ୮୪୬ ଜଣ ଆସିଥିଲେ ।

    ୨୦୨୩ ନ‌ଭେମ୍ବରରେ ୩୨୬୯ ଜଣ, ଡିସେମ୍ବରରେ ୬୪୭, ୨୦୨୪ ଜାନୁଆରିରେ ୧୬୦୭, ଫେବ୍ରୁଆରିରେ ୫୮୦, ମାର୍ଚ୍ଚରେ ୭୯୭, ଏପ୍ରିଲରେ ୨୫୩ ଓ ମେ’ ମାସରେ ୧୭୮ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲିବାକୁ ଆସିଥିଲେ। ବାରିପଦା ପିଠାବଟା ଫାଟକ ଦେଇ ୧୨ ହଜାର ୯୦୯ ଓ ଯଶୀପୁର କାଳିକାପ୍ରସାଦ ଫାଟକ ଦେଇ ୧୩ ହଜାର ୨୧୦ ଜଣ ପର୍ଯ୍ୟଟକ ଆସିଛନ୍ତି। ନଭେମ୍ବରରୁ ମେ’ ମାସ ମଧ୍ୟରେ ମୋଟ୍ ୪ ହଜାର ୬୫୪ଟି ଗାଡ଼ିରେ ପର୍ଯ୍ୟଟକମାନେ ଶିମିଳିପାଳ ଭ୍ରମଣ କରିଥିବା ଜଣାପଡ଼ିଛି। ଆଉ ଏଥର ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ଆଶା ରଖିଛନ୍ତି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    88 %
    0.7kmh
    54 %
    Sat
    31 °
    Sun
    29 °
    Mon
    30 °
    Tue
    29 °
    Wed
    28 °

    ସମ୍ବନ୍ଧିତ