Tuesday, March 31, 2026
27.4 C
Odisha

    ପୁରୀରେ ହୋଇନି, ସିଙ୍ଗାପୁରରେ ‘ଇସ୍କନ’ କରୁଛି ରଥଯାତ୍ରା; କାର୍ଯ୍ୟାନୁଷ୍ଠାନ ଦାବି

    ଆଗକୁ ପଢନ୍ତୁ

    ପ୍ରତି ବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ହୋଇଥାଏ। ତାହା ହିଁ ଶ୍ରୀମନ୍ଦିର ନୀତି, ଵିଧି ଓ ଓଡ଼ିଆ ପରମ୍ପରା। ଚଳିତ ବର୍ଷ ଜୁଲାଇ 7ରେ ଶ୍ରୀକ୍ଷେତ୍ର ପୁରୀରେ ହେଉଛି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପୁରୀରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଥଚ ଶ୍ରୀମନ୍ଦିରର ଏହି ନୀତି ନିର୍ଘଣ୍ଟକୁ ବେଖାତିର କରିଛି ଇସ୍କନ (ISKCON ) ପକ୍ଷରୁ ଜୁନ ୩୦ ରଥ ଯାତ୍ରା ହୋଇଛି । ଶ୍ରୀ ଜଗନ୍ନାଥ, ଶ୍ରୀ ବଲଭଦ୍ର ଓ ଶ୍ରୀ ସୁଭଦ୍ରାଙ୍କ ତିନି ରଥରେ ବିଜେ କରିଛନ୍ତି ତିନି ଦିଅଁ। ସିଙ୍ଗାପୁରର ‘ୟିଶୂନ ଷ୍ଟାଡିଅମ’ରେ ଏହି ରଥଯାତ୍ରା ହେଉଛି। ପ୍ରାୟ ସପ୍ତାହେ ପୂର୍ବରୁ ISKCON ସଂସ୍ଥା ବିଜ୍ଞପ୍ତି ଜରିଆରେ ଲୋକମାନଙ୍କୁ ଅବଗତ କରିଛି। ଏହାକୁ ବିରୋଧ କରି ସିଙ୍ଗାପୁରରେ କିଛି ସତେତକ ଓଡ଼ିଆ ଇସ୍କନ କର୍ମକର୍ତ୍ତାଙ୍କୁ ରଥଯାତ୍ରା ସେମିତି ମନଇଛା ହୁଏ ନାହିଁ ବୋଲି କହିଥିଲେ ହେଁ ତାହାକୁ ସେମାନେ ବେଖାତିର କରିଥିଲେ। ଫଳରେ ରଥଯାତ୍ରା ଷ୍ଟାଡିଅମରେ କରିଥିଲେ। ତେଣୁ ପ୍ରଶ୍ନ ଉଠୁଛୁ ଶ୍ରୀମନ୍ଦିର ପ୍ରଶାସନ ଜାରି କରୁଥିବା ନିର୍ଦେଶାବଳି ଵା ନୀତି ନିର୍ଘଣ୍ଟ ମାନୁଛି କିଏ? ଯଦି ତାର ଉଲ୍ଲଂଘନ ହେଉଛି ବିରୋଧ କରା ନ ଯିବ କାହିଁକି?? ଏଭଳି ସ୍ଥିତିରେ ରାଜ୍ୟ ସରକାର ଏହାକୁ ଅଣଦେଖା ନ କରି ଇସ୍କନ ସଂସ୍ଥା ବିରୋଧରେ କଠୋର ପଦେକ୍ଷପ ନେବା ଜରୁରୀ ବୋଲି ସଚେତକ ମହଲରେ ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ