Monday, September 14, 2026
23.5 C
Odisha

    ଆଜିଠୁ ବରମୁଣ୍ଡା ପଡ଼ିଆରେ ଶିଶିର ସରସ-୨୦୨୪

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହେବ ‘ଜାତୀୟ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା ‘ଶିଶିର ସରସ-୨୦୨୪’। ଆଜି ସନ୍ଧ୍ୟା ୭ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାର ଉଦ୍‌ଘାଟନ କରିବେ। ପ୍ରତିବର୍ଷ ୟୁନିଟ୍‌‌-୩ସ୍ଥିତ ଇଡିକଲ୍‌ ପ୍ରଦର୍ଶନୀ ପଡ଼ିଆରେ ‘ଶିଶିର ସରସ’ ଅନୁଷ୍ଠିତ ହେଉଥିବା ବେଳେ ଗତବର୍ଷଠାରୁ ସ୍ଥାନ ପରିବର୍ତ୍ତନ କରାଯାଇ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଛି।

    ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓରମାସ୍‌ ଦ୍ୱାରା ଆୟୋଜିତ ଏହି ମେଳାରେ ମିଶନ ଶକ୍ତି, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ସହ ଅନ୍ୟ ବିଭାଗୀୟ ସଂସ୍ଥା ସହଯୋଗ କରିବେ। ୧୫ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ୩୦ଟି ଜିଲ୍ଲାର ମହିଳା ଏସ୍‌‌ଏଚ୍‌‌ଜି, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଉଦ୍ୟୋଗୀମାନଙ୍କ ସହ ୨୬ଟି ରାଜ୍ୟର ମହିଳା ମହିଳା ଏସ୍‌‌ଏଚ୍‌‌ଜି, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ ଉଦ୍ୟୋଗୀମାନଙ୍କ ହାତ ତିଆରି ସାମଗ୍ରୀ ବିଭିନ୍ନ ଷ୍ଟଲରେ ବିକ୍ରି ହେବ। ସେହିପରି ୨୦ଟି ଷ୍ଟଲ୍‌କୁ ନେଇ ସ୍ୱତନ୍ତ୍ର ଫୁଡ୍‌କୋର୍ଟ ସହ ସେଲ୍‌ଫି ପଏଣ୍ଟ, ଓରମାସ୍‌ର ମାର୍କେଟିଂ, ଲାଇଭଲିହୁଡସ୍‌‌ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନେଇ ସ୍ୱତନ୍ତ୍ର ଥିମ୍‌ ଷ୍ଟଲ୍‌ କରାଯିବ। ମେଳା ପରିସରରେ ପ୍ରତି ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ଓପନ୍‌‌ କୁଇଜ୍‌ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି, କୁନୁ କୁନି ପିଲାମାନଙ୍କ ମନୋରଞ୍ଜନ ପାଇଁ ସ୍ୱତନ୍ତ୍ର କିଡସ୍‌‌ ଷ୍ଟଲର ବ୍ୟବସ୍ଥା ରହିବ। ଉଦ୍‌‌ଘାଟନୀ ସମାରୋହରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ