Monday, September 28, 2026
27.5 C
Odisha

    ଅଜଣା ଗାଡ଼ି ଧକ୍କାରେ ବାଇକ୍ ଗୁଣ୍ଡ; ୨ଗୁରୁତରଙ୍କୁ କୋରାପୁଟ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ

    ଆଗକୁ ପଢନ୍ତୁ

    ଜୟପୁର: ଆଜି ସଂଧ୍ୟା ୮ଟା ବେଳେ ଆମ୍ବାଗୁଡା ଇଗଲୋ କୋଲଡ୍ ଷ୍ଟୋରେଜ୍ ସମ୍ମୁଖରେ ଅଜଣା ଗାଡ଼ିର ଧକ୍କାରେ ବାଇକ୍ ଗୁଣ୍ଡ ହୋଇ ଯାଇଥିବା ବେଳେ ବାଇକ ଚାଳକ ଓ ପଛରେ ବସିଥିବା ଦୁଇ ଜଣଙ୍କୁ ଗୁରୁତର ମାଡ଼ ବାଜିଛି। ଆମ୍ବାଗୁଡା ପାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ରଥ ଉଭୟଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ। ଦୁର୍ଘଟଣା ପର ଠାରୁ ଜଣେ ଚେତାଶୁନ୍ୟ ହୋଇ ରହିଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଚେତା ରହିଛି। ଚେତା ରହିଥିବା ଯୁବକ ଜଣକ ତା ନାଁ ମୁନ୍ନା ଖରା, ‌ମାଛକୁଣ୍ଡ ଥାନା ଅର୍ନ୍ତଗତ ଅନକାଡିଲ୍ଲୀ ଅଂଚଳର ବୋଲି କହିଥିବା କହିଛନ୍ତି ଏଏସଆଇ ଶ୍ରୀ ରଥ। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ଉଭୟଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଈଶ୍ବର ତାଣ୍ଡି। ତେବେ ଉଭୟ ଟିଭିଏସ୍ କଂପାନୀର ଓଡି ୧୦ ଭି ୧୨୯୫ ବାଇକରେ ଥିଲେ। ତେବେ ସେମାନେ କେଉଁ ଆଡେ ଯାଉଥିଲେ ନା ଆସୁଥିଲେ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ