Thursday, September 17, 2026
25.4 C
Odisha

    ପ୍ରଥମ ସମ୍ମମ୍ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଉଦ୍‌ଘାଟିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରଥମ ସ୍ପୋର୍ଟ୍ସ ମିଟ୍ ‘ସମ୍ମମନ୍ୱୟ-୨୦୨୩’ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ହକି ତାରକା ତଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲ୍ଲୀପ୍ ତିର୍କୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମମ୍‌ର ଏହି ସ୍ପୋର୍ଟ୍ସ ମିଟ୍‌କୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ତିର୍କୀ କହିଥିଲେ ଯେ କ୍ରୀଡ଼ା ମଣିଷକୁ ସୁସ୍ଥ ରଖିବା ସହ ସଫଳତାର ସହିତ କାର୍ଯ୍ୟ ତୁଲାଇବାରେ ସହାୟକ ହୋଇଥାଏ। କିନ୍ତୁ ବର୍ତମାନ ନିଜକୁ ଫିଟ୍ ରଖିବା ପାଇଁ ଆମ ପାଖରେ ସମୟ ରହୁନି ଏବଂ ଆମେ ଭୁଲି ଯାଉଛୁ କ୍ରୀଡ଼ା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିଜେ ଫିଟ୍ ରହିଲେ ଆମେ ନିଜ ପାଇଁ, ସମାଜ ପାଇଁ ଓ ଦେଶ ପାଇଁ ଭଲ କାମ କରିପାରିବା ବୋଲି ଶ୍ରୀ ତିର୍କୀ କହିଥିଲେ । ବିଶେଷ କରି ଯୁବବର୍ଗ ଫିଟ୍ ରହିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
    ସମ୍ମମ୍‌ର ଏହି ଉଦ୍ୟମକୁ ସେ ସାଧୁବାଦ ଜଣାଇବା ସହ ରୋଗୀ ସେବା କରୁଥିବା ବ୍ୟକ୍ତି ବିଶେଷ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ନିଜକୁ ଫିଟ୍ ରଖିବା ସହ ନିଜ ମଧ୍ୟରେ ଟିମ୍ ସ୍ପିରିଟ୍ ରଖି ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ପାରିବେ ବୋଲି ସେ କହିଥିଲେ ।
    ଏହି ଅବସରରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଥିଲେ ଯେ ରାଜ୍ୟରେ କୌଣସି କର୍ପୋରେଟ୍ ହସ୍ପିଟାଲ୍ ପକ୍ଷରୁ ଏଭଳି ସ୍ପୋର୍ଟ୍ସ ମିଟର ଆୟୋଜନ ପ୍ରଥମ ଥର ପାଇଁ କରାଯାଉଛି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଡାକ୍ତରମାନଙ୍କ ଠାରୁ ଆରମ୍ଭ କରି ସମ୍ମମ୍‌ର ଅନ୍ୟ ବିଭାଗର ଷ୍ଟାଫ୍‌ମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ଦ୍ୱାରା ହସ୍ପିଟାଲ୍‌ର କର୍ମଚାରୀମାନଙ୍କ ମଧ୍ୟରେ ଏକ ସମଭାବାପନ୍ନ ସମ୍ପର୍କ ସୃଷ୍ଟି ହେବ ବୋଲି ଡକ୍ଟର ଦାଶ କହିଥିଲେ ।
    ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରି ଡକ୍ଟର ଦାଶ କହିଥିଲେ ଯେ ଶ୍ରୀ ତିର୍କୀ ଅନେକ ଖେଳାଳୀଙ୍କ ପାଇଁ ଏକ ବଡ଼ ଉଦାହରଣ ଯେଉଁମାନେ କି ତାଙ୍କୁ ଅନୁସରଣ କରି ବଡ଼ ହେବାର ସ୍ୱପ୍ନ ଦେଖୁଛନ୍ତି ।
    ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସ୍ପୋର୍ଟ୍ସ ମିଟ୍‌ରେ ମୋଟ ୧୦ଟି ଟିମ୍ ସାମିଲ ହୋଇଛି । ଏହି ଟିମ୍‌ଗୁଡ଼ିକ ହେଲା ଅରୋରା ଆଭେଞ୍ଜର୍ସ, ଫୋନେକ୍ସ ଫାନ୍‌ଟମ୍ସ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ୍ କ୍ରସର୍ସ, ଜେନିଥ୍ ଜିଲଟ୍ସ, ନେବୁଲା ନୋମାଡ୍ସ, ଗ୍ୟାଲାକ୍ସି ଗ୍ଲାଡିଏଟର୍ସ, କ୍ୱାଂଟମ୍ସ କ୍ୱାସର୍ସ, ସ୍ୱିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ ।
    ଏହି ସ୍ପୋର୍ଟ୍ସ ମିଟ୍‌ରେ ଭଲିବଲ୍‌, କ୍ରିକେଟ, ଟଗ୍ ଅଫ୍ ୱାର୍‌, ଥ୍ରୀ ଲେଗ୍‌ଡ ରେସ୍‌, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍ପୁନ୍‌, କ୍ୟାରମ୍‌, ବ୍ୟାଡମିଂଟନ୍ ଓ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ -୫ ସ୍ଥିତ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଟିମ୍ ଜର୍ସିଗୁଡ଼ିକର ଉନ୍ମୋଚନ କରାଯିବା ସହ ଖେଳାଳୀମାନେ ଶପଥ ପାଠ କରିଥିଲେ ଏବଂ ସ୍ପୋର୍ଟ୍ସ ମିଟ୍‌ର ଏକ ମଶାଲ ଷ୍ଟାଡିୟମ୍ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ମୁଖ୍ୟ, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    85 %
    1.2kmh
    87 %
    Thu
    25 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ