Wednesday, April 8, 2026
23.9 C
Odisha

    ଜାହାନିଆ ସମୁଦ୍ରକୂଳରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଅକ୍ଟୋବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି । ସମୁଦ୍ରକୂଳ ସଫେଇ ନେଇ ସଚେତନତା, ଉପକୂଳ ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ମୁକ୍ତ ତଟ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରୋଗ୍ରାମ ଅଫିସର ଡକ୍ଟର ମୋଉ ରାୟ, ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀ, ଡକ୍ଟର ରାକେଶ ରୋଶନ୍ ଶତପଥୀ ଏବଂ ଡକ୍ଟର ଅନନ୍ତ ପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ୯୦ ଜଣ ସ୍ୱେଚ୍ଛାସେବୀ ଏହି ସମୁଦ୍ର ତଟର ୫ କିମି ପରିସୀମା ସଫେଇ କରିଥିଲେ। ସେମାନେ ପ୍ଲାଷ୍ଟିକ୍ ପାଣିବୋତଲ, ବସ୍ତୁ ଓ ଚକଲେଟ୍ ଖୋଳ ଭଳି ପଦାର୍ଥ ସଂଗ୍ରହ କରିଥିଲେ। ସମୁଦ୍ରକୂଳ ସଫା କରିବା ପରେ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା। ସଫେଇ କାର୍ଯ୍ୟକ୍ରମ ସମେତ ଏନ୍‌ଏସଏସ୍ ସ୍ୱେଚ୍ଛାସେବୀ ସମୁଦ୍ରକୂଳକୁ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କୁ ବର୍ଜ୍ୟବସ୍ତୁକୁ ପକାଇବା ପାଇଁ ଡଷ୍ଟବିନ୍‌ର ବ୍ୟବହାର ନିମନ୍ତେ ସଚେତନ କରାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ