Saturday, July 4, 2026
26.7 C
Odisha

    ହାତଗୋଡ଼ ବାନ୍ଧି ଲୁଟିନେଲେ ସାତ ଲକ୍ଷର ଗହଣା ଓ ନଗଦ ୫ ଲକ୍ଷ

    ଆଗକୁ ପଢନ୍ତୁ

    ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ବଢ଼ିବାରେ ଲାଗିଛି ଚୋରି। ଆସିଲେ ହାଣିଲେ ସର୍ଵସ୍ବାନ୍ତ କରି ଚାଲିଗଲେ। ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ସୋର ପୁଲିସର ହାତ ଏ ପର୍ଯ୍ୟନ୍ତ ଖାଲି। ଯାହାକୁ ନେଇ ସୋର ପୁଲିସକୁ ଅପରାଧୀମାନେ ଡରୁନଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ସମାନ ଘଟଣା ଦେଖିବାକୁ ମିଳିଛି। ଜଣେ ଗହଣା ଦୋକାନୀଙ୍କ ଘରେ ପଶି ତାଙ୍କ ହାତ ଗୋଡ଼ ବାନ୍ଧି ମାରଣାସ୍ତ୍ର ଦେଖାଇ ୭ ଲକ୍ଷରୁ ଅଧିକ ଟଙ୍କାର ଗହଣା ସାଙ୍ଗକୁ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ।
    ସୂଚନା ଅନୁସାରେ ସୋର ଥାନା ଆଙ୍ଗୁଳା ଗ୍ରାମର ଗୋପାଳ ଚନ୍ଦ୍ର ମହାରଣା ବଗୁଡି ବଜାରରେ ସନ୍ତୋଷୀ ଜୁଏଲାରୀ ନାମରେ ଏକ ଦୋକାନ କରିଛନ୍ତି। ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ଆଠରୁ ଅଧିକ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ନେଇ ଘରର ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଥିଲେ। ପରେ ଗୋପାଳଙ୍କ ହାତ ଓ ଗୋଡ଼କୁ ଗାମୁଛାରେ ବାନ୍ଧିବା ସହିତ ତାଙ୍କ ସ୍ତ୍ରୀ ଓ ପୁଅ ବେକରେ ଧାରୁଆ ଅସ୍ତ୍ର ଲଗାଇ ଭୟଭୀତ କରାଇଥିଲେ। ପରେ ଲୁହା ଛଡ଼ରେ ମାଡ଼ ମାରି ସାତଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ପାଞ୍ଚ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏନେଇ ଗୋପାଳଙ୍କ ସ୍ତ୍ରୀ ଅନିତା ରଣା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.7 ° C
    26.7 °
    26.7 °
    84 %
    3kmh
    100 %
    Sat
    27 °
    Sun
    26 °
    Mon
    28 °
    Tue
    31 °
    Wed
    31 °

    ସମ୍ବନ୍ଧିତ