Tuesday, September 15, 2026
31 C
Odisha

    କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା: କଠୋର ଦଣ୍ଡ ଦାବି କରି ଡିପି କଳା କଲେ ସୌରଭ ଗାଙ୍ଗୁଲି

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ସମଗ୍ର ଦେଶ କ୍ରୋଧିତ ହୋଇଛି। ସବୁ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ସମୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଥିବା ପ୍ରୋଫାଇଲ୍ ଫଟୋକୁ କଳା ରଙ୍ଗକୁ ବଦଳାଇ ଦେଇଛନ୍ତି। ହଜାର ହଜାର ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏଭଳି କରି ମୃତ ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରୁଥିବା ବେଳେ ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଗାଙ୍ଗୁଲି।ଏହା ପୂର୍ବରୁ ଗାଙ୍ଗୁଲି କୋଲକାତାରେ ଘଟିଥିବା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଅଭିଯୁକ୍ତକୁ କଡ଼ା ଦଣ୍ଡ ଦେବାକୁ ଦାବି କରିଥିଲେ। ‌ସେ କହିଥିଲେ, “ଯାହା ଘଟିଛି ତାହା ଅତ୍ୟନ୍ତ ଲଜ୍ଜାଜନକ। ମୁଁ ଆଶା କରୁଛି ଯେ ଏହି ଘଟଣାର ତଦନ୍ତ କରୁଥିବା ସିବିଆଇ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଦୋଷୀଙ୍କୁ କଠୋର ଦଣ୍ଡ ଦେବେ। ଦଣ୍ଡ ଏପରି ହେବା ଉଚିତ ଯେ ଜୀବନରେ କେହି ଏପରି ଅପରାଧ କରିବାକୁ ସାହସ କରିବେ ନାହିଁ। ତାହା ଗୁରୁତ୍ୱପୂର୍ଣ୍ଣ। ଦଣ୍ଡ କଠୋର ହେବା ଉଚିତ୍। ”

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ