Monday, March 3, 2025
27.6 C
Odisha

    କର୍କଟ ରୋଗୀଙ୍କ ପାଇଁ ସୋର୍ସପ ଫଳ ଅତ୍ୟନ୍ତ ଲାଭଦାୟକ, ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

    ଆଗକୁ ପଢନ୍ତୁ

    ସୋର୍ସପ ଏଭଳି ଏକ ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ଉପଯୋଗ ହୋଇଥାଏ । ଶରୀର ଉପରେ ଏହା ଅନେକ ଭଲ ପ୍ରଭାବ ପକାଇଥାଏ । ଏଥିରେ ଅନେକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ବହୁ ପୋଷାକ ତତ୍ତ୍ୱ ଭରି ରହିଛି । ଏହି ଫଳ ବିଶେଷ କରି କର୍କଟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ କର୍କଟ ରୋଗ ସହିତ ଲଢେଇ କରିବା ଭଳି ଶକ୍ତି ରହିଛି । ଯାହାକି କେବଳ ମାନବ ପରୀକ୍ଷଣ ଦ୍ୱାରା ନୁହେଁ ବରଂ ବୈଜ୍ଞାନିକ ପରୀକ୍ଷଣ ପ୍ରମାଣ ସହିତ ଲାବ୍ରୋଟୋରି ପରୀକ୍ଷଣ ଉପରେ ଆଧାରିତ ରହିଛି ।
    ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ନିୟୁରୋଟକ୍ସିକ ଭଳି ବିପଦ ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଛି । ଏହା ଜୀବାଣୁ ସଂକ୍ରମଣକୁ ରୋକିବା ଠାରୁ ଆରମ୍ଭ କରି କର୍କଟ ରୋଗର ଅବରୋଧ ପର୍ଯ୍ୟନ୍ତ ଏହା ସାହାଯ୍ୟ କରିଥାଏ । ଅନେକ ବର୍ଷରୁ ଦକ୍ଷିଣ ଆମେରିକାରେ ଏହି ଫଳକୁ ଔଷଧ ରୂପେ ବ୍ୟବହାର କରି ଆସୁଛନ୍ତି । ଏହାର ପ୍ରତ୍ୟେକଟି ଗୁଣ ବୈଜ୍ଞାନିକ ଦ୍ୱାରା ଆଧାରିତ କି ? ଆସନ୍ତୁ ଜାଣିବା…

    ଏହି ଫଳର ସ୍ବାଦକୁ ପରଖିଥିବା ଲୋକେ ଏହାର ସ୍ୱାଦ ବିଷୟରେ କହିଛନ୍ତି ଯେ ଏହା ଅତି ସ୍ୱାଦିଷ୍ଟ । କେହି କେହି ଏହି ଫଳକୁ ଷ୍ଟ୍ରବେରୀ ଏବଂ କଦଳୀ ସହିତ ତୁଳନା କରିଛନ୍ତି । ଗୋଟିଏ କପ ସୋର୍ସପ ଫଳରେ

    ୧୪୮କ୍ୟାଲୋରୀ,୭.୪୨ଗ୍ରାମର ଫାଇବର,୩୭.୮ଗ୍ରାମର କାର୍ବୋହାଇଡ୍ରେଟ, ଏବଂ୩୦.୫ଚିନି ରହିଥାଏ । ଏଥିରେ କମ୍ ଗ୍ଲାଇସେମିକ ଇଣ୍ଡେକ୍ସ ଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥାଏ । ଏହି ଫଳରେ ପୋଟାସିୟମ, ମ୍ୟାଗନେସିୟମ ବ୍ୟତୀତ ଆଣ୍ଟିଅକ୍ସିଡାଣ୍ଟ ଭଳି ତତ୍ତ୍ୱ ପ୍ରଚୁର ମାତ୍ରାରେ ଥାଏ । ଏପରିକି ପେଟ ଜନିତ ସମସ୍ୟା, ଜ୍ୱର, ଉଚା ରକ୍ତଚାପ, ପରଜୀବୀ ସଂକ୍ରମଣର ଚିକିତ୍ସା ପାଇଁ ଏହାର ଉଭୟ ଫଳ ଏବଂ ପତ୍ରକୁ ଔଷଧ ରୂପେ ବ୍ୟବହାର କରାଯାଏ । ଲାବ୍ରୋଟୋରି ଅଧ୍ୟୟନ ଅନୁଯାୟୀ କର୍କଟ ରୋଗର ପ୍ରସାରକୁ ରୋକିବାର କ୍ଷମତା ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମାନବ ପରୀକ୍ଷଣ କରାଯାଇନାହିଁ ।
    କର୍କଟ ରୋଗର ସଂକ୍ରମଣକୁ ରୋକିବା ପାଇଁ ଲାଭଦାୟକ

    କର୍କଟ ରୋଗୀଙ୍କ ପାଇଁ କେମୋଥେରାପି ଅପେକ୍ଷା ଏହି ଫଳ ଅତ୍ୟନ୍ତ ପ୍ରଭାବଶାଳୀ । କାରଣ ପୂର୍ବରୁ ଏହାର ପରୀକ୍ଷା ମଣିଷ ଉପରେ ନୁହେଁ ଗୋଟିଏ ମୂଷା ଉପରେ କରାଯାଇଥିଲା । ଏଥିରୁ ଜଣାପଡିଲା ଯେ ସୋର୍ସପ ଏକ୍ସଟ୍ରାକ୍ଟ କର୍କଟ ସହିତ ଲଢେଇ କରିବାରେ କ୍ଷମତା ରହିଛି ।

    ସୋର୍ସପ ଫଳ ସ୍ନାୟୁ ଓ ମସ୍ତିଷ୍କ ଉପରେ କିପରି ପ୍ରଭାବ ପକାଏ ?

    ମଲ୍ଲିକ୍ୟୋଲସ ଜର୍ଣ୍ଣାଲରେ୨୦୨୨ମସିହାରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ସୋର୍ସପରେ ଅଧିକ ମାତ୍ରାରେ ଆଟୋଜେନିନ ମାତ୍ରା ଅଧିକ ଥାଏ । ଯାହା ନ୍ୟୁରୋଡିଜେନେରେଟିଭ୍ ଡିସଅର୍ଡରର ବିପଦକୁ ବଢ଼ାଇ ଥାଏ । କିଛି ଆଲକାଲଏଡ୍ ସ୍ନାୟୁ କୋଷଗୁଡ଼ିକ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗବେଷକମାନେ ସୋର୍ସପର ସୁରକ୍ଷା ଏବଂ ଔଷଧୀୟ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଅଧିକ ଅଧ୍ୟୟନ ଏବଂ କ୍ଲିନିକାଲ୍ ପରୀକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

    ଏଣ୍ଟିଅକ୍ସାଇଡରେ ଭରପୁର :

    ଏହି ମିଠା ଓ ସ୍ୱାଦିଷ୍ଟ ଫଳ ଆମ ଶରୀରକୁ ପ୍ରଚୁର ମାତ୍ରାରେ ଏଣ୍ଟିଅକ୍ସାଇଡ ଯୋଗାଇଥାଏ । ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତି ପରିପୂର୍ଣ ହୋଇରହିଥାଏ । ଶରୀରକୁ ପହଞ୍ଚଉଥିବା କ୍ଷତିକୁ ଅବରୋଧ କରେ ।

    ସଂକ୍ରମଣ ରୋକିବାରେ ସାହାଯ୍ୟ କରେ :

    ସୋର୍ସପ୍ ଜିଞ୍ଜିଭାଇଟିସ୍, ଦାନ୍ତ କ୍ଷୟ ଏବଂ ଇଷ୍ଟ ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁ ସମେତ ଅନେକ ପ୍ରକାରର ଜୀବାଣୁ ସହିତ ଲଢ଼ିପାରେ। ଏକ ଅଧ୍ୟୟନ ଦ୍ଵାରା ହଇଜା ଏବଂ ଷ୍ଟାଫିଲୋକୋକସ୍ ସଂକ୍ରମଣକୁ ରୋକିବାରେ ସାହାଯ୍ୟ ।

    ମଧୁମେହ ନିୟନ୍ତ୍ରଣ କରେ :

    ସୋର୍ସପ୍ ଏକ କମ୍ ଜିଆଇ ଫଳ ହୋଇଥିବାରୁ, ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ପରିଚାଳନା କରିବାରେ ସାହାଯ୍ୟ କରିଥାଏ ।

    ଏହାକୁ କିପରି ଖାଇବେ ଜାଣନ୍ତୁ :

    ଏହି ଫଳର ଧଳା ଅଂଶ ସହିତ ମଞ୍ଜି ବାହାର କରି ଖାଆନ୍ତୁ । ଏହାକୁ ସ୍ମୁଦି କରି ଖାଇ ପାରିବେ । ଏହାର ପତ୍ରକୁ ଚା, ସର୍ବତ, ସାଲାଡ଼ ଓ ଆଇସ୍କ୍ରିମ୍ କରି ଖାଇ ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.6 ° C
    27.6 °
    27.6 °
    24 %
    1.8kmh
    15 %
    Mon
    30 °
    Tue
    36 °
    Wed
    36 °
    Thu
    35 °
    Fri
    37 °

    ସମ୍ବନ୍ଧିତ