Thursday, March 26, 2026
23.8 C
Odisha

    କେନ୍ଦୁଝର ଯୋଡାରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ବହୁମୁଖୀ ଇନଡୋର ଷ୍ଟାଡିୟମ

    ଆଗକୁ ପଢନ୍ତୁ

    ଆଦିବାସୀ ପିଲାଙ୍କୁ ମିଳିବ ବିଶ୍ୱସ୍ତରୀୟ କ୍ରୀଡା ସୁବିଧା, କୋରାପୁଟ ଜୟପୁରରେ ଦକ୍ଷିଣ ଓଡିଶାର ପ୍ରଥମ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ଭର୍ଚ୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ ଏକର ଜମିରେ ୪୦ କୋଟି ଟଙ୍କାରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସର ନିର୍ମାଣ କରାଯାଇଛି । ଗୋଟିଏ ସ୍ଥାନରେ ଭଲିବଲ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, କ୍ରିକେଟ, ଫୁଟବଲ୍ ଖେଳିବା ପାଇଁ ସୁବିଧା ଉପଲବ୍ଧ କରାଯାଇଛି । ବିଳମ୍ବ ହେଉପଛେ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରୁଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ବାହିନୀପତି ।
    ଅନ୍ୟପଟେ ଭିସି ଜରିଆରେ କେନ୍ଦୁଝର ଯୋଡାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଲୋର୍କାପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଡା ପୌରପାଳିକା ୯ନଂ ୱାର୍ଡରେ ଏହି ଇନଡୋର ଷ୍ଟାଡିୟମର ନିର୍ମାଣ କରାଯାଇଛି । ୭କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମରେ ୪ଟି ବ୍ୟାଡ଼ମିଣ୍ଟନ କୋର୍ଟ, ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ୨ଟି ଜିମ୍, ୩ଟି ଟେବୁଲ ଟେନିସ କୋର୍ଟ, ଯୋଗ ଓ ଫିଜିଓ ଥେରାପି ପ୍ରକୋଷ୍ଠ ମଧ୍ୟ ରହିଛି । ଲୋକର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ