Saturday, July 27, 2024
24.6 C
Odisha

    ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା , ଦେଖନ୍ତୁ, କାହାକୁ ମିଳିଲା କେଉଁଠୁ ଟିକେଟ୍?

    ଆଗକୁ ପଢନ୍ତୁ

    ଜାରି ହେଲା ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ଆଉ ୭୨ ଜଣ ଆଶାୟୀଙ୍କ ତାଲିକା ଘୋଷଣା କରିଛି ବିଜେପି । ତାଲିକାରେ ବଡ଼ ବଡ଼ ନେତାଙ୍କ ନାଁ ରହିଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପୁଣିଥରେ ନାଗପୁରରୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ପୀୟୂଷ ଗୋୟଲଙ୍କୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିଛି ଦଳ । ହରିୟାଣାର କର୍ଣ୍ଣାଲ ଆସନରୁ ଲଢ଼ିବେ ମନୋହର ଲାଲ ଖଟ୍ଟର । ସେହିପରି ହିମାଚଳ ପ୍ରଦେଶର ହମିରପୁର ଆସନ ପାଇଁ ଅନୁରାଗ ଠାକୁର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପକ୍ଷରେ ଯୁବ ସାଂସଦ ତେଜସ୍ୱୀ ସୂର୍ଯ୍ୟ ବାଙ୍ଗାଲୋର ସାଉଥ ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୧୯୫ ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ୧୦ ରାଜ୍ୟ ପାଇଁ ତାଲିକା ଜାରି କରିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକର ୨୦ଟି ଲୋକସଭା ଆସନ ପାଇଁ ତାଲିକା ଜାରି କରାଯାଇଥିବା ବେଳେ ଗୁଜରାଟରୁ ୭, ତେଲେଙ୍ଗାନା ୬, ହରିୟାଣାରୁ ୬, ମଧ୍ୟପ୍ରଦେଶରୁ ୫, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀରୁ ୨ଟି ଲେଖାଏଁ ଏବଂ ଦାମନ ଡିଉ ଓ ତ୍ରିପରାରୁ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ