Monday, October 12, 2026
24.4 C
Odisha

    ରୋଜଗାର ତୁଳନାରେ ଖର୍ଚ୍ଚ ବଢ଼ୁଛି କି

    ଆଗକୁ ପଢନ୍ତୁ

    ଘରେ କୌଣସି ଜିନିଷର ଅଭାବ ନ ଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢ଼ିଯାଉଥିବ, ରୋଗବ୍ୟାଧି ଲାଗି ରହୁଥିବ ଇତ୍ୟାଦି। କୁହାଯାଏ, ଏସବୁ କୁଆଡ଼େ ବାସ୍ତୁଦୋଷ ପାଇଁ ହୋଇଥାଏ। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

    *ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ସଫାସୁତୁରା ରଖିବା ସହ ଏଠାରେ କେମିତି ଭଲ ଆଲୋକ ପଡ଼ିପାରିବ ସେ ବ୍ୟବସ୍ଥା କରିବା ଦରକାର।

    *ରୋଷେଇ ଘରକୁ ସଫା ରଖିବା ସହ ତିଆରି କରାଯାଇଥିବା ପ୍ରଥମ ରୁଟିକୁ ଗୋମାତାଙ୍କୁ ଦେବା ଶୁଭ ହୋଇଥାଏ।

    *ସପ୍ତାହକୁ ଥରେ ହେଉନା କାହିଁକି ଘରେ ଗୁଗୁଳ ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

    *ଗୃହରେ କେବେବି ଗୋଟିଏ ରେଖାରେ ତିନୋଟି କବାଟ ରହିବା ଉଚିତ୍‌ ନୁହେଁ।

    *ଘରେ କେବେ ବି କୌଣସି ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇକରି ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡ଼ିଥାଏ।

    *ଯେଉଁ ଆସବାବପତ୍ରର କୋଣଗୁଡ଼ିକ ଗୋଲାକାର ଆକୃତିର ହୋଇଥିବ ସେହି ଆସବାବପତ୍ରକୁ ଘରେ ପକାଇବା ଶୁଭ ହୋଇଥାଏ।

    * ସେହିପରି ଧ୍ୟାନଦେବେ ଘରେ ଲାଗିଥିବା କୌଣସି ଟ୍ୟାପ୍‌ରୁ ଯେମିତି ପାଣି ଲିକ୍‌ କରୁନଥିବ ଏବଂ ଜଳ ନିଷ୍କାସନର ବ୍ୟବସ୍ଥା ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ହୋଇଥିବ।

    *ଗାଧୁଆଘରକୁ ସର୍ବଦା ସଫା ରଖିବା ସହ ଧ୍ୟାନଦେବେ ଏଠାରୁ ଯେମିତି ଦୁର୍ଗନ୍ଧ ବାହାରୁ ନଥିବ।

    *ଘରର ପୂର୍ବ ଦିଗରେ କିମ୍ବା ପୂଜା ସ୍ଥାନରେ ତୁଳସୀ ଗଛ ରହିବାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    78 %
    0.5kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ