Monday, September 14, 2026
23.5 C
Odisha

    ସଡନ୍‌ ଡେଥ୍‌ରେ ହାରିଲା ଭାରତ, ଜର୍ମାନୀକୁ ଅଲିମ୍ପିକ୍ସ ଯୋଗ୍ୟତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଞ୍ଚିରେ ଅନୁଷ୍ଠିତ ମହିଳା ହକି ଅଲିମ୍ପିକ୍ସ କ୍ୱାଲିଫାୟର୍ସ ସେମି ଫାଇନାଲରେ ଜର୍ମାନୀ ନିକଟରୁ ସଡନ ଡେଥ୍‌ରେ ପରାଜିତ ହୋଇଛି ଭାରତ। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ରହିବା ପରେ ପେନାଲ୍ଟି ଶୁଟ୍‌ଆଉଟ୍‌କୁ ଖେଳ ଯାଇଥିଲା ପେନାଲ୍ଟି ଶୁଟ ଆଉଟରେ ମଧ୍ୟ ମ୍ୟାଚ୍‌ ୩-୩ରେ ରହିଥିଲା। ପରେ ସଡନ୍‌ ଡେଥ୍‌ରେ ଭାରତ ୧-୦ରେ ପରାଜିତ ହୋଇଥିଲା। ଏହି ବିଜୟ ସହ ଜର୍ମାନୀ ପ୍ୟାରିସ୍‌ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତ ନିକଟରେ ଆଉ ଏକ ସୁଯୋଗ ରହିଛି। ତୃତୀୟ ସ୍ଥାନ ପ୍ଲେ ଅଫ୍‌ ମ୍ୟାଚ୍‌ ଜିତିଲେ ଭାରତ ଯୋଗ୍ୟତା ଅର୍ଜନ କରିବ। ଭାରତ ପକ୍ଷରୁ ଦୁଇଟି ଯାକ ଗୋଲ ପେନାଲ୍ଟି କର୍ନରରୁ ସ୍କୋର ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଦୀପିକା ୧୫ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରର ୨୭ ତମ ମିନିଟରେ ଜର୍ମାନୀ ପକ୍ଷରୁ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ତୃତୀୟ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ପରେ ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମ୍ୟାଚ୍‌ ଶେଷ ହେବାକୁ ୩ ମିନିଟ ରହିଥିବା ବେଳେ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ଏହାର ୧ ମିନିଟ ମଧ୍ୟରେ ଭାରତ ପକ୍ଷରୁ ଇଶିକା ଚୌଧାରୀ ପେନାଲ୍ଟି କର୍ନରରୁ ଗୋଲ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ପେନାଲ୍ଟି ଶୁଟଆଉଟରେ ଭାରତ ପକ୍ଷରୁ ସଙ୍ଗୀତା, ସୋନିକା ଓ ଲାଲରେମସିଆମି ସ୍କୋର କରିଥିବା ବେଳେ ନବନୀତ କୌର ଓ ନେହା ମିସ୍‌ କରିଥିଲେ। ତେବେ ସଡନଡେଥ୍‌ ଟାଇବ୍ରେକରେ ଉଭୟ ସଙ୍ଗୀତା ଓ ସୋନିକା ମିସ୍‌ କରିଥିବା ବେଳେ ଜର୍ମାନୀ ପକ୍ଷରୁ ନୋଲ୍‌ଟେ ବିଜୟ ସୂଚକ ଗୋଲଟି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.5 ° C
    23.5 °
    23.5 °
    94 %
    0.9kmh
    100 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ