Wednesday, October 23, 2024
26.5 C
Odisha

    ବାତ୍ୟା ପାଇଁ ପାରାଦୀପ ବନ୍ଦରରେ ସ୍ବତନ୍ତ୍ର ପ୍ରସ୍ତୁତି, ସଂଧ୍ୟା ପୂର୍ବରୁ ଜାହାଜରୁ ପରିବହନ ଓ ଲୋଡିଂ କାମ ସାରିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ପାରାଦୀପ : ବାତ୍ୟା ଦାନାକୁ ନେଇ ପାରାଦୀପ ବନ୍ଦର ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି । ଆଜି ସଂଧ୍ୟା ପୂର୍ବରୁ ବନ୍ଦରର ବର୍ଥରେ ଥିବା ସମସ୍ତ ଜାହଜରୁ ପଣ୍ୟ ପରିବହନ ଓ ଲୋଡିଂ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଆଙ୍କରେଜରେ ଥିବ ଜାହାଜ ଗୁଡିକୁ ସମୁଦ୍ରର ସୁରକ୍ଷିତ ସ୍ଥାନରେ ଲଙ୍ଗର ପକାଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସୁଦ୍ଧା ଆଙ୍କରେଜରେ ଥିବା ଜାହାଜ ଗୁଡିକୁ ଆବଶ୍ୟକୀୟ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବାତ୍ୟାର ପରବର୍ତୀ ପଦକ୍ଷେପ ଯଥା ଗଛ କାଟିବା, ରାସ୍ତା ସଫା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ପ୍ଲଟରେ ଥିବା କାର୍ଗୋ ଗୁଡିକୁ ବର୍ଷା ଓ ପବନରୁ ସୁରକ୍ଷିତ ରଖିବା ପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

    ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଏବେ ଏହା ପାରାଦୀପଠାରୁ ୬୭୦ କିଲୋମିଟର ଦୂରରେ ରହିଛି । ପରବର୍ତ୍ତୀ ସମୟରେ ନେବ ଭୀଷଣ ବାତ୍ୟା ରୂପ । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    56 %
    2.7kmh
    100 %
    Wed
    27 °
    Thu
    27 °
    Fri
    27 °
    Sat
    27 °
    Sun
    24 °

    ସମ୍ବନ୍ଧିତ