Monday, September 28, 2026
23.6 C
Odisha

    ସରକାରଙ୍କୁ ଘେରିବାକୁ କଂଗ୍ରେସର ସ୍ବତନ୍ତ୍ର ରଣନୀତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମଙ୍ଗଳବାରଠାରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମ ସୂଚନା ପ୍ରଦାନ କରିଛନ୍ତି। ଶୀତକାଳୀନ ଅଧିବେଶନରେ କଂଗ୍ରେସ ଦଳ କେଉଁକେଉଁ ପ୍ରସଙ୍ଗ ଉଠାଇବ ସେ ନେଇ ଆଲୋଚନା ହୋଇଛି। ଆକ୍ରମଣାତ୍ମକ ଶୈଳୀରେ ବିଧାନସଭାକୁ ଓହ୍ଲାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

    ଏହା ସହିତ  ନିଟ୍ ପରୀକ୍ଷାରେ ଅନିୟମିତତା ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଏବଂ ଦାନା ବାତ୍ୟା କ୍ଷୟକ୍ଷତି ଆକଳନରେ ଅନିୟମିତତା ଉପରେ ଗୁରୁତ୍ବାରୋପ କରିବ।ସେହିପରି ପେସା ଆଇନ ଓ ଆଦିବାସୀ ପ୍ରସଙ୍ଗ ସର୍ବଶିକ୍ଷା ଅଭିଯାନକୁ ବାଟବଣା କରାଇବା ପ୍ରସଙ୍ଗ  ଜମି ଅଧିଗ୍ରହଣ ଅନିୟମିତତା ପ୍ରସଙ୍ଗ ବେରୋଜଗାରୀ,ଦରଦାମ ବୃଦ୍ଧି ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ରାମ ଚନ୍ଦ୍ର କାଡ଼ାମ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ