Monday, September 14, 2026
24.7 C
Odisha

    ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅମର ଶତପଥୀଙ୍କ ସହ ବିଜେଡି ଧୋକା କରିଛି। ଏହାସହ ବଡ଼ଚଣା ଓ ଓଡ଼ିଶାବାସୀଙ୍କ ସ୍ୱାଭିମାନ ସହ ଧୋକା କରିଛି ବିଜେଡି। ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଲେ ତାଙ୍କ ପ୍ରଧାନମନ୍ତ୍ରୀ କିଏ ହେବ? ଗୁମାସ୍ତା ଓ କ୍ରୀତଦାସ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରିବା ସହ କହିଛନ୍ତି, ଏମାନଙ୍କର ସ୍ଥାନ ଜେଲରେ। ଓଡ଼ିଶାକୁ ନିଜ ଜାଗିର ବୋଲି ଭାବୁଛନ୍ତି ଏମାନେ।

    ବଡ଼ଚଣାରେ ଜଳସେଚନ, ପାନୀୟ ଜଳ , ଶିକ୍ଷା, ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏଠି ୩୨୦ଟି ଡାକ୍ତର ପଦବୀ ଖାଲି ପଡ଼ିଛି। ବିଏସକେୱାଇ ନାଁରେ ଘରୋଇ ହସ୍ପିଟାଲ ସହ ମିଶି ଟଙ୍କା ଲୁଟ୍ କରୁଛନ୍ତି ବିଜେଡି ‌ସରକାର। ବିଭିନ୍ନ ସରକାରୀ ବିଭାଗରେ ପଦବୀ ଖାଲି ପଡ଼ିଛି। ଯାଜପୁର ଜିଲ୍ଲାର ୧୪ଟି ଗ୍ରାମ ପଞ୍ଚାୟତରେ ସ୍କୁଲ ନାହିଁ। ୫୦ ଭାଗ ପିଲା ମାଟ୍ରିକ ପରୀକ୍ଷା ଦେଉନାହାନ୍ତି। ୨୪ ବର୍ଷ ଶାସନର ଏହା ହେଉଛି ଉପଲବ୍ଧି। ନଗଡ଼ା, ଅପପୁଷ୍ଟି ଓ ଅନାହାର ଏହିଠାରେ ହିଁ ଅଛି। ଯାଜପୁରର ଯୁବବର୍ଗ ଦାଦନ ଖଟିବାକୁ ଯାଉଛନ୍ତି। ଏହା ହିଁ ୨୪ ବର୍ଷ ସରକାରର ପାରିବାପଣିଆ। ଏଠାରେ ନେତାଙ୍କୁ ଭଡ଼ାରେ ଅଣାଯାଉଛି। ଓଡ଼ିଶାର ନେତା ଓଡ଼ିଆ ହେବେ, ବାହାର ଲୋକ ନୁହେଁ। ଆସନ୍ତା ୧୦ ତାରିଖରେ ଜଣେ ଓଡ଼ିଆ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଓଡ଼ିଶାରେ ପ୍ରଥମଥର ପାଇଁ ବିଜେପି ସରକାର ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ