Saturday, July 27, 2024
24.5 C
Odisha

    କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ୱର ସାଂସଦଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ-ଏକାମ୍ର ପ୍ରକଳ୍ପ କାମ ବିଳମ୍ବ ହେଲା: କାର୍ତ୍ତିକ ପାଣ୍ଡିଆନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିନି ବର୍ଷ ପୂର୍ବରୁ ସରିଯାଇଥାନ୍ତା। ଏକାମ୍ର ପ୍ରକଳ୍ପ କାମ ମଧ୍ୟ ଦୁଇ ବର୍ଷ ଆଗରୁ ସରିବା କଥା। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ କାମ ବିଳମ୍ବ ହେଲା। ତେଣୁ କେବଳ ବିଧାୟକଙ୍କୁ ଜିତାଇଲେ ହେବନି। ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇବାକୁ ପଡିବ। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ସ୍ବପ୍ନ ପୂରଣ ହୋଇପାରିବ ବୋଲି ଘସିପୁରାରେ ପ୍ରଚାର ବେଳେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସାଂସଦ ଅଲଗା ଦଳ ହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାମରେ ବାଧା ଦେବେ ଓ ବିକାଶ କାମ ବିଳମ୍ବିତ ହେବ। ନିର୍ବାଚନ ସମୟରେ ବିଜେପିର ବଡ ବଡ ନେତାମାନେ ଆସିବେ, ବହୁ ପ୍ରତିଶୃତି ଦେବେ । ସେମାନଙ୍କୁ ପଚାରନ୍ତୁ ୨୦୧୪ରେ ଦରଦାମ କମାଇବା, ପେଟ୍ରୋଲ ଡିଜେଲ ଦର ହ୍ରାସ, ଡାଲି ଦର ହ୍ରାସ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏଯାଏଁ କାହିଁକି ପୂରଣ ହେଲାନି । ଏହା ହେଉଛି ବିଜେପିର ଅସଲ ଚେହେରା । ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ପରେ ଭୁଲିଯାଆନ୍ତି । କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ପରେ ଦେଖାମିଳନ୍ତି ନାହିଁ ବୋଲି ସେ କହିଛନ୍ତି । ଘଷିପୂରା ପୂର୍ବରୁ ତେଲକୋଇରେ ପ୍ରଚାର କରି ବିଜେଡିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ