Thursday, September 17, 2026
26.2 C
Odisha

    ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ପୁରୀ: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ଆଦି କରାଯାଇଛି। ଏହାପରେ ଅପରାହ୍ନ ୧ଟା ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ ହୋଇଛି। ଏଣେ ଯଜ୍ଞସ୍ଥଳରେ ପୂର୍ଣ୍ଣାହୁତି ଦେବାକୁ ଗଜପତି ମହାରାଜ ପହଞ୍ଚିଛନ୍ତି।

    ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଆଜି ରଥଯାତ୍ରା ଭଳି ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏଥିପାଇଁ ହୋଇଛି ଭବ୍ୟ ଆୟୋଜନ। ଲୋକାର୍ପଣ ଲାଗି ଆଲୋକମାଳା ଓ ଅନ୍ୟାନ୍ୟ ସାଜସଜାରେ ଝଟକୁଛି ଶ୍ରୀମନ୍ଦିର ସହ ଲୋକାର୍ପଣ ଅପେକ୍ଷାରେ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଚାରିଦ୍ବାରକୁ ଆଲୋକମାଳାରେ ଏଭଳି ଭରି ଦିଆଯାଇଛି ଯେ ଭକ୍ତ କ୍ଷଣିକ ପାଇଁ ଅଟକିଯାଉଛି। ସିଂହଦ୍ବାରରେ ରଙ୍ଗବେରଙ୍ଗର ପାରମ୍ପରିକ ଝୋଟି କଳା ବି ଆକର୍ଷଣକୁ ଦ୍ବିଗୁଣିତ କରି ଦେଉଛି। ସେ ପଶ୍ଚିମଦ୍ବାର ହେଉ କି ଉତ୍ତର ଅବା ଦକ୍ଷିଣଦ୍ବାର, ସବୁଠି ଆଲୋକର ପ୍ରତିବିମ୍ବ ପ୍ରକଳ୍ପକୁ ଅପରୂପ ସୌନ୍ଦର୍ଯ୍ୟରେ ଭରି ଦେଉଛି। ‘ଫେକେଡ୍ ଇଲ୍ୟୁମିନେସନ୍’ ଜରିଆରେ ଶ୍ରୀମନ୍ଦିର ଓ ନୀଳଚକ୍ରକୁ ବି ସମ୍ପୂର୍ଣ୍ଣ ଆଲୋକରେ ଆଲୋକିତ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପୁନରୁଦ୍ଧାର ହୋଇଥିବା ମଠ, ମନ୍ଦିରକୁ ବି ଆଲୋକମାଳାରେ ସଜାଯାଇଛି। ମଠ, ମନ୍ଦିରର କାରୁକାର୍ଯ୍ୟ ଫୁଟି ବାହାରୁଛି। ପୁଣି ଶ୍ରୀମନ୍ଦିରର ଚାରିଦ୍ବାରରେ ଫୁଲର ବ୍ୟାପକ ସାଜସଜା କରାଯାଇଛି। ମଠ, ମନ୍ଦିରକୁ ବି ଫୁଲରେ ପୁଣି ସଜାଯାଇଛି। ଚାରିଦ୍ବାରେ ରଙ୍ଗବେରଙ୍ଗ ଫୁଲକୁଣ୍ଡରେ ସଜ୍ଜିତ କରାଯାଇଛି। ଏହା ସାଙ୍ଗକୁ ସବୁଜ ବଳୟ ଆଧ୍ୟାତ୍ମିକତାର ମହକ ଭରି ଦେଉଛି। ଆଜି ବି ମହାଯଜ୍ଞ ସାଙ୍ଗକୁ ବେଦପାଠୀଙ୍କ ବେଦପାଠ ଓ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ଖଣ୍ଡମଣ୍ଡଳ। ଭକ୍ତିପୂତ କରିଛି ଝାଞ୍ଜ, ସଂକୀର୍ତ୍ତନ ସାଙ୍ଗକୁ ସଂକୀର୍ତ୍ତନିଆଙ୍କ ଜୟ ଜଗନ୍ନାଥ ଡାକ। ଯଜ୍ଞ ଆହୂତି ସହ ବେଦମନ୍ତ୍ର ବିଶ୍ବ ମଙ୍ଗଳ କାମନା କରିଛନ୍ତି ବରଣୀୟ ବ୍ରାହ୍ମଣ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    84 %
    1.1kmh
    58 %
    Thu
    27 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ