Thursday, April 2, 2026
25.4 C
Odisha

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ ପାଇଲେ ୫ ଜିଲ୍ଲାର ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ମୟୁରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ ୱାର୍ଡରୁ ଭକ୍ତମାନେ ଆସିଥିଲେ। ସେମାନେ ପ୍ରଥମେ ପୁରୀ ନିକଟସ୍ଥ ସମଙ୍ଗ ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଭି.କେ. ପାଣ୍ଡିଆନ ଶ୍ରଦ୍ଧାଳୁ ମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। ଓଡିଶାର ରୂପାନ୍ତର ପାଇଁ ତଥା ଜନସାଧାରଣଙ୍କ ସୁଖ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ କିପରି ଗୁରୁତ୍ବ ଦେଉଛନ୍ତି, ସେ ଉପରେ ଶ୍ରୀ ପାଣ୍ଡିଆନ ଆଲୋକପାତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ