Saturday, December 6, 2025
16.1 C
Odisha

    ଆଇସିସି ବୈଠକରେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଅଚଳାବସ୍ଥା ଜାରି

    ଆଗକୁ ପଢନ୍ତୁ

    ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟକୁ ନେଇ ଅଚଳାବସ୍ଥା ଲାଗି ରହିଛି । ଏପରିକି ଆଇସିସି ପକ୍ଷରୁ ଶୁକ୍ରବାର ବସିଥିବା ବୈଠକରେ ବି କୌଣସି ସମାଧାନ ବାହାରି ନାହିଁ । ସମସ୍ୟାର ସମାଧାନ ପାଇଁ ଶନିବାର ପୁଣି ବୈଠକ କରିବ ଆଇସିସି । ପୁନର୍ବାର ବୈଠକ ବସିବା ପରେ ଆଇସିସି ନିଜର ନିଷ୍ପତ୍ତି ଜଣାଇବ। ଗୋଟିଏ ପଟେ ପାକିସ୍ତାନ ହାଇବ୍ରିଡ୍ ମଡେଲକୁ ବିରୋଧ କରୁଥିବାବେଳେ ଆଇସିସି ଓ ବିସିସିଆଇ ଏହି ମଡେଲକୁ ସମର୍ଥନ କରୁଛନ୍ତି। ହାଇବ୍ରିଡ୍ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉ ବୋଲି ପାକିସ୍ତାନ ଚାହୁଁନାହିଁ ଓ ପାକିସ୍ତାନରେ ସବୁ ମ୍ୟାଚ ଆୟୋଜନ ପାଇଁ ଅଡ଼ି ବସିଛି ।

    ଯଦି ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ୍ ମଡେଲରେ ରାଜି ନ ହୁଏ, ତେବେ ଆଇସିସି ପାଖରେ ବହୁତ କମ୍ ବିକଳ୍ପ ରହିବ। ଏହି ଟୁର୍ଣ୍ଣାମେଣ୍ଟ ଟିମ୍ ଇଣ୍ଡିଆ ବିନା ଖେଳାଯିବ। କିନ୍ତୁ ତାହା ପ୍ରାୟ ଅସମ୍ଭବ। ଯଦି ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ନ ହୁଏ ତେବେ ଆଇସିସିକୁ ବଡ଼ ଧରଣର ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏହାବ୍ୟତୀତ ଅନ୍ୟ ଏକ ବିକଳ୍ପ ହେଉଛି ଟୁର୍ଣ୍ଣାମେଣ୍ଟକୁ ବାହାରକୁ ସ୍ଥାନାନ୍ତର କରିବା କିମ୍ବା ପାକିସ୍ତାନ ବିନା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା । ଏପରି ଅଚଳାବସ୍ଥା ଲାଗି ରହିଥିବାବେଳେ ସମସ୍ତଙ୍କ ନଜର ଏବେ ଶନିବାରର ବୈଠକ ଉପରେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    16.1 ° C
    16.1 °
    16.1 °
    55 %
    1.6kmh
    97 %
    Sat
    16 °
    Sun
    26 °
    Mon
    26 °
    Tue
    27 °
    Wed
    27 °

    ସମ୍ବନ୍ଧିତ