Monday, March 10, 2025
28.2 C
Odisha

    ଡିଜିପି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ, ଡିଜିପିଙ୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭୁବନେଶ୍ବରରେ ଆସନ୍ତା୨୯ ତାରିଖରୁ ୩ ଦିନ ଧରି ଚାଲିବାକୁ ଥିବା ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ , ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିମାନେ ବି ଯୋଗଦେବେ । ଏହା ସହ ବିଭିନ୍ନ ସୁରକ୍ଷା ବିଭାଗର ମୁଖ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ୱାଇ. ବି.ଖୁରାନିଆ।ସେ କହିଛନ୍ତି, ଜାତୀୟ ସ୍ତରରେ ଥିବା ସୁରକ୍ଷା ଜନିତ ସମସ୍ୟା ସମ୍ପର୍କରେ ଏଥିରେ ଆଲୋଚନା କରାଯିବ । ରାଜ୍ୟର ସୁରକ୍ଷା ନେଇ ମଧ୍ୟ ଆଲୋଚନା ହେବ । ପ୍ରଥମ ଦିନ ଗୃହମନ୍ତ୍ରୀ ଏହି ସମ୍ମିଳନୀକୁ ଉଦଘାଟନ କରିବେ। ଦ୍ୱିତୀୟ ଦିନ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗଦେବାର ସମ୍ଭାବନା ରହିଛି । ସରକାରଙ୍କ ବିଭିନ୍ନ ଏଜେଣ୍ଡା ସମ୍ପର୍କରେ ସେଠାରେ ଆଲୋଚନା ହେବ । ଏଥିପାଇଁ ଅତିଥି ରହିବା ସ୍ଥାନ, ମିଟିଂ ସ୍ଥାନରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଓଡ଼ିଶା ପୁଲିସ ପକ୍ଷରୁ ସମସ୍ତ ସୁରକ୍ଷା ସମ୍ପର୍କିତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.2 ° C
    28.2 °
    28.2 °
    28 %
    3.8kmh
    0 %
    Mon
    29 °
    Tue
    37 °
    Wed
    39 °
    Thu
    40 °
    Fri
    41 °

    ସମ୍ବନ୍ଧିତ