Sunday, April 5, 2026
25.5 C
Odisha

    ୫୦ବର୍ଷ ପୂର୍ବେ କୁମ୍ଭମେଳାକୁ ଆସିବା ପାଇଁ ଯୋଜନା କରିଥିଲେ ଷ୍ଟିଭ ଜବ୍ସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଗତମଙ୍ଗଳବାର ପ୍ରୟାଗରାଜର ମହାକୁମ୍ଭରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ପ୍ରଥମ ‘ଅମୃତ ସ୍ନାନ’ କରିଥିଲେ।ଏହି ଅମୃତ ସ୍ନାନ ବିଶ୍ୱାସୀମାନଙ୍କୁ ପାପରୁ ମୁକ୍ତ କରିଥାଏ ତଥା ଜୀବନ-ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରଦାନ କରିଥାଏ ବୋଲି କଥା‌ରେ ଅଛି। ଏହି କ୍ରମ‌ରେ ଆପଲ କୋ-ଫାଉଣ୍ଡର ଷ୍ଟିଭ ଜବ୍ସଙ୍କ ପତ୍ନୀ ଲ‌ରେନ ପାୱେଲ ଜବ୍ସ ବି ପ୍ରୟାଗରାଜର ମହାକୁମ୍ଭରେ ପହଞ୍ଚିଛନ୍ତି। ଯେବେ ଠାରୁ ଲରେନ ପାୱେଲ ଉତ୍ତର ପ୍ରଦେଶର ନିରଞ୍ଜନୀ ଆଖଡାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶାନନ୍ଦଙ୍କ ଠାରୁ ଗୋତ୍ର ଓ ନୂଆ ନାମ ପ୍ରାପ୍ତ କରିଛନ୍ତି ସେବେଠାରୁ ସେ ଚର୍ଚ୍ଚାରେ ଅଛନ୍ତି।

    ଏହି କ୍ରମରେ ଷ୍ଟିଭ ଜବ୍ସ ଗତ ୫୦ବର୍ଷ ପୂର୍ବେ ମହାକୁମ୍ଭକୁ ନେଇ ଲେଖିଥିବା ଏକ ଚିଠି ବି  ଚର୍ଚ୍ଚାର ପରିସରରେ ରହିଛି। ଷ୍ଟିଭ ଜବ୍ସ ଭାରତରେ ୭ ମାସ ରହି ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଅତି ନିକଟରୁ ଦେଖିଥିଲେ। ଷ୍ଟିଭ ଜବ୍ସଙ୍କ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ପ୍ରତି ଅହେତୁକ ରୁଚି ରହିଥିଲା। ଯାହା ସମ୍ପ୍ରତି ସାମ୍ନାକୁ ଆସିଥିବା ତାଙ୍କର ଏକ ହାତଲେଖା ଚିଠିରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ