Wednesday, April 1, 2026
25.1 C
Odisha

    ୩୨୧ କିଲୋମିଟର ବେଗରେ ମାଡ଼ି ଆସୁଛି ଘୂର୍ଣ୍ଣିବଳୟ: ଘର ଖାଲି କରିବାକୁ ଲୋକଙ୍କୁ ଅନୁରୋଧ କଲେ ବାଇଡେନ

    ଆଗକୁ ପଢନ୍ତୁ

    ୱାଶିଂଟନ: ଘୂର୍ଣ୍ଣିବଳୟ ମିଲଟନ୍ ଘଣ୍ଟା ପ୍ରତି ୩୨୧ କିଲୋମିଟର ବେଗରେ ଫ୍ଲୋରିଡା ଆଡକୁ ଗତି କରୁଛି। ଏହା ଯେକୌଣସି ସମୟରେ ଫ୍ଲୋରିଡାର ତାଣ୍ଡବ ରଚିପାରେ। ଏହାପୂର୍ବରୁ ବୁଧବାର ଅପରାହ୍ନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ ବିବୃତି ଦେଇଛନ୍ତି। ରାଷ୍ଟ୍ରପତି ଗଣମାଧ୍ୟମରେ ଏକ ବିବୃତି ଦେଇ ଫ୍ଲୋରିଡା ବାସିନ୍ଦାଙ୍କୁ ଘର ଖାଲି କରି ପଳାଇବାକୁ ଅନୁରୋଧ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ମିଲଟନ୍ ଏକ ୫ ଶ୍ରେଣୀ ଝଡ଼। ଯାହା ଫଳରେ ଲୋକମାନେ ଅତି କମରେ ଅତ୍ୟାବଶ୍ୟକ ସାମଗ୍ରୀ ସହିତ ନିଜ ଘର ଖାଲି କରିବାକୁ ସେ ଅନୁରୋଧ କରୁଛନ୍ତି। ଯାହାଫଳରେ ଧନଜୀବନ ହାନୀ ହେବାକୁ କମ୍ କରାଯାଇ ପାରିବ।

    ଆମେରିକାର ପାଣିପାଗ ବିଭାଗ ଅନୁଯାୟୀ, ମିଲଟନ୍ ରାଜ୍ୟର ଗଲ୍ଫ୍ କୋଷ୍ଟରେ ସବୁଠାରୁ ବିନାଶକାରୀ ଝଡ଼ ହେବ ବୋଲି ଆଶା କରାଯାଉଛି। ସ୍ଥାନୀୟ ପ୍ରଶାସନ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସେମାନଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନେ ଘରୁ ପଳାୟନ କରୁଥିବା ବେଳେ ଫ୍ଲୋରିଡା ଏବଂ ଏହାର ନିକଟବର୍ତ୍ତୀ ସହରଗୁଡ଼ିକରେ ମୁଖ୍ୟ ସଡ଼କ ଓ ରାଜପଥରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହାପୂର୍ବରୁ ଷ୍ଟର୍ମ ହେଲେନ ସହରକୁ ଧକ୍କା ଦେଇଥିଲା, ଯାହା ବହୁ କ୍ଷତି ଘଟାଇଥିଲା।
    ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ ୫ ଶ୍ରେଣୀର ଏହି ଝଡ଼କୁ ବିପର୍ଯ୍ୟୟ ବୋଲି ବିବେଚନା କରିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ଘଣ୍ଟା ପ୍ରତି ୨୪୯ କିଲୋମିଟର କିମ୍ବା ତା’ଠାରୁ ଅଧିକ ବେଗରେ ପବନ ବହିଲେ ଏହାକୁ ୫ ଶ୍ରେଣୀ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଥାଏ।

    ଝଡ଼ ମିଲଟନ୍ କାରଣରୁ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବାର ଭୟ ରହିଛି। ତେଣୁ ଏହି ଝଡ଼କୁ ବିପଜ୍ଜନକ ବୋଲି ଘୋଷଣା କରାଯାଇଛି। ଏହି ଝଡ଼ରେ ୧୮ ଫୁଟରୁ ଅଧିକ ଉଚ୍ଚର ଜୁଆର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଯୋଗୁ ଘର ଭୁଶୁଡିଯିବାର ଆଶଙ୍କା ରହିଛି। ମିଲଟନ୍ ଝଡ଼ ଯୋଗୁ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାର ଆଶଙ୍କା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.1 ° C
    25.1 °
    25.1 °
    37 %
    1kmh
    14 %
    Wed
    39 °
    Thu
    40 °
    Fri
    40 °
    Sat
    40 °
    Sun
    38 °

    ସମ୍ବନ୍ଧିତ