Thursday, October 30, 2025
28.1 C
Odisha

    ଅନଲାଇନ୍ ଗେମ୍ ଖେଳିବା ହେଲା କାଳ, ବାରଣ କରିବାରୁ ଜୀବନ ହାରିଲେ ଅଷ୍ଟମ ଶ୍ରେଣୀ ଛାତ୍ର

    ଆଗକୁ ପଢନ୍ତୁ

    ଜଳେଶ୍ୱର : ଅନଲାଇନ୍ ଗେମ୍ ଖେଳିବା ହେଲା କାଳ । ମୋବାଇଲରେ ଗେମ୍ ଖେଳିବାକୁ ପରିବାର ଲୋକ ମନା କରିବାରୁ ଜୀବନ ହାରିଲେ ଛାତ୍ର । ଗାମୁଛା ଲଗାଇ ବାଥରୁମରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀର ଛାତ୍ର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗାଁର ଘଟଣା । ମୃତକ ହେଲେ ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ନ ଜେନା ।

    ଜୟକୃଷ୍ଣ ପାଠ ନପଢି ସବୁବେଳେ ମୋବାଇଲରେ ଅନଲାଇନ ଗେମ୍ ଖେଳୁଥିଲେ । ଏନେଇ ପରିବାର ଲୋକ ବାରଣ କରିବାରୁ ଜୟକୃଷ୍ଣ ଗାମୁଛା ଲଗାଇ ଜୀବନ ହାରିଛନ୍ତି । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    73 %
    2.9kmh
    89 %
    Thu
    28 °
    Fri
    30 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ