Friday, May 15, 2026
33.8 C
Odisha

    ଡିସେମ୍ବର ସୁଦ୍ଧା କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨ଟି ପର୍ଯ୍ୟାୟରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିସାରିଛି। ଆଉ ୩ଦିନର ଅପେକ୍ଷା ପରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଡିସେମ୍ବର ସୁଦ୍ଧା ୧କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ୨୪ରେ ସୁନ୍ଦରଗଡ଼ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ। ସୁଭଦ୍ରା ପାଇଁ ବର୍ତ୍ତମାନ ସୁଦ୍ଧା ୧.୧୬କୋଟି ମହିଳା ଆବେଦନ କରିଛନ୍ତି। ଏବେସୁଦ୍ଧା ୬୦ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିସାରିଛି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ମିଳିବ। ଅପରପକ୍ଷରେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨.୬୭ଲକ୍ଷ ଆବେଦନର ପୁନର୍ବିଚାର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ବ୍ୟାଙ୍କ ଆକାଉଣ୍ଟରେ ସମସ୍ୟା ପାଇଁ ୫ଲକ୍ଷ ଯୋଗ୍ୟ ହିତାଧିକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗୋଟିଏ ନମ୍ବରରେ ଏକାଧିକ ଆକାଉଣ୍ଟ ରହୁଥିବାରୁ ଏଭଳି ସମସ୍ୟା ହେଉଛି। ତେଣୁ ଆକାଉଣ୍ଟକୁ ଅପଡେଟ୍‌ କଲେ ହିଁ ତୃତୀୟ ପର୍ଯ୍ୟାୟରେ ଟଙ୍କା ଆସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.8 ° C
    33.8 °
    33.8 °
    37 %
    3.2kmh
    100 %
    Fri
    35 °
    Sat
    41 °
    Sun
    43 °
    Mon
    46 °
    Tue
    47 °

    ସମ୍ବନ୍ଧିତ