Wednesday, October 14, 2026
24.1 C
Odisha

    ସ୍କ୍ରବ୍‌ ଟାଇଫସ୍ ନେଲା ଶିକ୍ଷୟିତ୍ରୀଙ୍କ ଜୀବନ!

    ଆଗକୁ ପଢନ୍ତୁ

    ବୀରମିତ୍ରପୁର: ସ୍କ୍ରବ୍‌ ଟାଇଫସ୍‌ରେ ଜଣେ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଡାକ୍ତରୀ ରିପୋର୍ଟ ମିଳି ନଥିବାରୁ ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଶିକ୍ଷୟିତ୍ରୀ ଦେବଶ୍ରୀ କୁଣ୍ଡୁ ବନମୁଣ୍ଡା ଦଫେଇ ବାବୁପଡ଼ାରେ ପରିବାର ସହ ରହନ୍ତି। ୯ ତାରିଖ ସନ୍ଧ୍ୟାରେ ଦେବଶ୍ରୀ ଘର ନିକଟରେ ଥିବା ଗାନ୍ଧୀପାର୍କକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ତାଙ୍କୁ କୌଣସି ଏକ କୀଟ କାମୁଡ଼ିଥିଲା। କୀଟ କାମୁଡ଼ିବା ପରେ ଦେବଶ୍ରୀଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ଜ୍ୱର ହେଉଥିଲା। ଦେବଶ୍ରୀ ଜାଣିନପାରି ସାମାନ୍ୟ ଜ୍ୱର ବଟିକା ଖାଉଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତିନିଦିନ ପୂର୍ବରୁ ପରିବାରଲୋକେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ସ୍କ୍ରବ୍‌ ଟାଇଫସ୍‌ ହୋଇଥିବା ଜଣାପଡ଼ିଥିଲା ବୋଲି ବସ୍ତିବାସିନ୍ଦା ଆଲୋଚନା କରୁଛନ୍ତି। ଆଜି (ଗୁରୁବାର) ଦେବଶ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଦେବଶ୍ରୀଙ୍କ ମୃତ୍ୟୁର କାରଣ ବିଷୟରେ ତାଙ୍କ ସ୍ବାମୀ ସୁମିତ କୁମାର ମାଝୀଙ୍କୁ ପଚାରିବାରୁ ସେ ସ୍ପଷ୍ଟ ଭାବେ କିଛି କହି ପାରିନଥିଲେ। ତେବେ ଏ ବାବଦରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ବିଭୂତିଭୂଷଣ ପାଢ଼ୀଙ୍କୁ ପଚାରିବାରୁ ‘ରିପୋର୍ଟ ମିଳିବାକୁ ଆଉ କିଛି ସମୟ ଲାଗିବ ଓ ତା’ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ’ ବୋଲି କହିଥିଲେ। ଦେବଶ୍ରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବୀରମିତ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ବୀରମିତ୍ରପୁର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଆଜି ଛୁଟି ଘୋଷଣା କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ