Monday, September 28, 2026
23.6 C
Odisha

    ମୋତେ ମହିଳା ଦିବସ ଉପହାର ମିଳିଗଲା କହି ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ସୁଧା ମୂର୍ତ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶିକ୍ଷାବିତ୍‌ ତଥା ଦେଶର ଜଣାଶୁଣା ଲେଖିକା ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ମୋଦୀଙ୍କ ଏହି ଘୋଷଣା ପରେ ସୁଧା ମୂର୍ତ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସୁଧା ମୂର୍ତ୍ତି ଏବେ ଭାରତରେ ନାହାନ୍ତି। ସେ ତାଙ୍କର ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ମୋଦୀଙ୍କ ଧନ୍ୟବାଦ ଜଣାଇବା ସହ ‘ଏହା ମୋ ପାଇଁ ଏକ ମହିଳା ଦିବସ ଉପହାର’ ବୋଲି ଉଲ୍ଲେଖ କରିଛନ୍ତି।
    ଆପଣ ଜାଣନ୍ତି ଯେ ସୁଧା ମୂର୍ତ୍ତି ହେଉଛନ୍ତି ‘ଇନ୍‌ଫୋସିସ୍‌’ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ। ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ଜ୍ବାଇଁ। ୧୯୫୦ ମସିହା ଅଗଷ୍ଟ ୧୯ ତାରିଖରେ ଜନ୍ମଲାଭ କରିଥିବା ମୂର୍ତ୍ତି ପ୍ରଥମେ ଜଣେ କମ୍ପ୍ୟୁଟର୍‌ ବୈଜ୍ଞାନିକ ଏବଂ ଇଞ୍ଜିନିୟର ଭା‌ବେ ତାଙ୍କର କ୍ୟାରିୟର୍‌ ଆରମ୍ଭ କରିଥିଲେ।

    ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ବୋଲି ମୋଦୀ ତାଙ୍କ ଏକ୍ସ ପୋଷ୍ଟ୍‌ ଜରିଆରେ ଜଣାଇଛନ୍ତି। ସେ ଲେଖିଛନ୍ତି, ‘‘ସାମାଜିକ କାର୍ଯ୍ୟ, ପରୋପକାର ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ଜୀଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ଅଟେ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଆମର ‘ନାରୀ ଶକ୍ତି’ର ଏକ ଶକ୍ତିଶାଳୀ ନିୟମ, ଯାହା ଆମ ଦେଶର ଭାଗ୍ୟ ଗଠନରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଉଦାହରଣ ଅଟେ। ତାଙ୍କୁ ଏକ ଫଳପ୍ରଦ ସଂସଦ କାର୍ଯ୍ୟକାଳ କାମନା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ